ଭୁବନେଶ୍ବର ୨୮।୯: ଆରଟିଓକୁ ଦଲାଲ ମୁକ୍ତ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଆରଟିଓର ସମସ୍ତ କର୍ମଚାରୀ ପିନ୍ଧିବେ ବ୍ୟାଣ୍ଡ । ସବୁ ଆରଟିଓଙ୍କୁ ଚିଠି ଲେଖିଲେ ପରିବହନ କମିଶନର । ସରକାରୀ କର୍ମଚାରୀ ପିନ୍ଧିବେ ବ୍ଲୁ ବ୍ୟାଣ୍ଡ । ସେବା ପ୍ରଦାନକାରୀ ସଂସ୍ଥା କର୍ମଚାରୀ ପିନ୍ଧିବେ ଗ୍ରୀନ୍ ବ୍ୟାଣ୍ଡ । ସ୍ମାର୍ଟ ଚିଫ୍ କର୍ମଚାରୀ ପିନ୍ଧିବେ ୟେଲୋ ବ୍ୟାଣ୍ଡ ।
ମୁଖ୍ୟମନ୍ତ୍ରୀଙ୍କ ଦଲାଲ ଦମନ ଘୋଷଣା ପରେ ରାଜ୍ୟ ସାରା ବିଭିନ୍ନ ଆରଟିଓରେ ଚାଲିଛି ଦଲାଲ ଧରପଗଡ଼ । ଲାଞ୍ଚୁଆ କର୍ମଚାରୀଙ୍କୁ ଧରାଇବେ ଦଲାଲ । ଆରଟିଓ ଅଫିସରେ କାମ କରୁଥିବା ଅଫିସର ହେଉ କି କର୍ମଚାରୀ କାହାକୁ ଏଥର ନିସ୍ତାର ନାହିଁ । ଯେଉଁ ଦଲାଲ ଧରାପଡ଼ିବେ ସେ କହିବେ କେଉଁ କର୍ମଚାରୀ ଏବଂ କେଉଁ ଅଫିସର ତାଙ୍କ ଲାଞ୍ଚରେ ସାମିଲ । ଏଭଳି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
ସେହିପରି ଅନେକ ଦିନ ହେବ ପରିବହନ ବିଭାଗର ବଦଳି ହୋଇନି । ଅକ୍ଟୋବର ସୁଦ୍ଧା ବଦଳି ହେବ । ମଦ୍ୟପଙ୍କୁ ନେଇ ନୂଆ ମୋଟର ଯାନ ଆଇନରେ ଥିବା ନିୟମକୁ କୋହଳ କରାଯିବ ନାହିଁ । ଅନ୍ୟ ରାଜ୍ୟ କମାଉଥିବା ଜରିମାନା ସମ୍ପର୍କରେ ତଥ୍ୟ ସଂଗ୍ରହ ଚାଲିଛି । ତର୍ଜମା ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନାକରି ଜରିମନା କୋହଳ କରାଯାଇପାରେ ।