ସୁପ୍ରିମକୋର୍ଟରେ ଅଯୋଧ୍ୟା ମାମଲାର ସମସ୍ତ ପୁନର୍ବିଚାର ମାମଲା ଖାରଜ

Published By : Prameya-News7 Bureau | December 12, 2019 IST

ନୂଆଦିଲ୍ଲୀ ୧୨।୧୨ - ସୁପ୍ରିମ କୋର୍ଟରେ ଅଯୋଧ୍ୟା ମାମଲାର ପ୍ରସଙ୍ଗରେ ଦାୟର ହୋଇଥିବା ସମସ୍ତ ପୁନର୍ବିଚାର ମାମଲାକୁ ଅଦାଲତ ଖାରଜ କରି ଦେଇଛନ୍ତି । ଏଥିପାଇଁ ଗଠିତ ସମ୍ବିଧାନିକ ଖଣ୍ଡପୀଠ ଅଦାଲତରେ ଦାୟର ହୋଇଥିବା ସମସ୍ତ ପୁନର୍ବିଚାର ମାମଲାକୁ ଖାରଜ କରି ଦେଇଛନ୍ତି ।

ବନ୍ଦ ଚ୍ୟାମ୍ବରରେ ସମ୍ବିଧାନିକ ଖଣ୍ଡପୀଠ ସମସ୍ତ ୧୮ଟି ଆବେଦନକ ଖାରଜ କରିଦେଇଥିଲେ। ୫ ଜଣିଆ ଖଣ୍ଡପୀଠ ଏହି ସମସ୍ତ ଆବେଦନକୁ ଖାରଜ କରି ଦେଇଛନ୍ତି ।

ସର୍ବପୁରାତନ ଏବଂ ବହୁତ ସମ୍ବେଦନଶୀଳ ମାମଲାରେ ସୁପ୍ରିମକୋର୍ଟରୁ ରାୟ ଦେଇଥିଲେ । ତତ୍କାକାଳୀନ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟଙ୍କ ୫ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଥିଲେ ।

ଏହି ରାୟରେ ମୁସଲିମ୍ ପକ୍ଷଙ୍କୁ ଅନ୍ୟତ୍ର ଜାଗା ଦେବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୁସମିଲ୍ ପକ୍ଷଙ୍କୁ ବିକଳ୍ପ ଜାଗା ଦେବାକୁ କହିଛନ୍ତି ସୁପ୍ରିମକୋର୍ଟ । ସୁନ୍ନି ଓ୍ବାକଫ ବୋର୍ଡକୁ ୫ ଏକର ଜମି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଯୋଧ୍ୟାର ଏକ ପ୍ରମୁଖ ସ୍ଥାନରେ ୫ ଏକର ଜମି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅଯୋଧ୍ୟାର ଏକ ପ୍ରମୁଖ ସ୍ଥାନରେ ୫ ଏକର ଜମି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ୫ ଏକର ଜମି ସହ ମସଜିଦ୍ ନିର୍ମାଣରେ ସହାୟତା ପାଇଁ କେନ୍ଦ୍ର ସରକାର ଏବଂ ୟୁପି ସରକାରଙ୍କୁ ନିର୍ଦ୍ଦେଶ ଦେଲେ କୋର୍ଟ ।

ରାମ ଲାଲାଙ୍କ ଦାବିକୁ ଗ୍ରହଣ କଲେ କୋର୍ଟ । ବିବାଦୀୟ ଜମିକୁ ରାମ ଜନ୍ମଭୂମି ନ୍ୟାସକୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ତିଆରି ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜମିର ମାଲିକାନା ସ୍ବତ୍ତ୍ବ ଟ୍ରଷ୍ଟକୁ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ୩ମାସ ମଧ୍ୟରେ ଟ୍ରଷ୍ଟ ତିଆରି କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ର ଚାହିଁଲେ ଟ୍ରଷ୍ଟରେ ନିର୍ମୋହି ଆଖଡା ପ୍ରତିନିଧି ରହିପାରିବ । କୋର୍ଟଙ୍କ ରାୟ ପରେ ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ରାସ୍ତା ସଫା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.