Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ବେକାବୁ କରୋନା: ଆଜିଠୁ ସବୁ ଧାର୍ମିକ ସ୍ଥଳ ସାଧାରଣ ଜନତାଙ୍କ ପାଇଁ ବନ୍ଦ

12/04/2021 at 12:53 PM

ଉଦୟପୁର ୧୨/୦୪ : ରାଜସ୍ଥାନ ଉଦୟପୁରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତାର ବଢ଼ିବାରେ ଲାଗିଛି। ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ କଡା ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଉଦୟପୁର ଜିଲ୍ଲା ଅଧିକାରୀ ଚେତନ ଦେଓରା ସମସ୍ତ ଧାର୍ମିକ ସ୍ଥଳର ଧାର୍ମିକ ଗୁରୁଙ୍କ ସହ ବୈଠକ କରି କରୋନା ସ୍ଥିତି ଉପରେ ଆଲୋଚନା କରିଛନ୍ତି। କରୋନା ଭୟାବହତାକୁ ଦେଖି ଧାର୍ମିକ ଗୁରୁ ସମସ୍ତ ଧାର୍ମିକ ସ୍ଥଳ ସାଧାରଣ ଜନତାଙ୍କ ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଗାମୀ ଆଦେଶ ଯାଏଁ ସମସ୍ତ ଧାର୍ମିକ ସ୍ଥଳ ବନ୍ଦ ରହିବ। ତେବେ ମନ୍ଦିରରେ ନିୟମିତ ପୂଜାର୍ଚ୍ଚନା ହେବ। କିନ୍ତୁ ସାଧାରଣ ଜନତାଙ୍କ ଦର୍ଶନ ବନ୍ଦ ରହିବ। କର୍ଫ୍ୟୁ ସମୟରେ ପୂଜାରୀ ଓ ମନ୍ଦିର ପ୍ରବନ୍ଧନର ଯିବାଆସିବା ପାଇଁ ପାସ ଜାରି କରିବାକୁ ବ୍ୟବସ୍ଥା କରିବ।

ଉଦୟପୁରରୁ ରବିବାର ଦିନ ୮୬୪ ନୂଆ ମାମଲା ସାମ୍ନାକୁ ଆସିଛି। ରାଜ୍ୟର ସବୁ ସହର ମଧ୍ୟରେ ଉଦୟପୁରରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି। ଏକାଥରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ଜିଲ୍ଲା ପ୍ରଶାସନର ଚିନ୍ତା ବଢି ଯାଇଛି। ଗତ ୫ ଦିନରେ ସହରରେ ପଜିଟିଭ ସଂଖ୍ୟା ଲଗାତାର ବୃଦ୍ଧି ପାଇଛି। ଗତ ୫ ଦିନରେ ଉଦୟପୁରରେ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି।

ଉଦୟପୁରର ସ୍ଥିତି ଦେଖି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସହରରେ ଯାଞ୍ଚ ହେଉଥିବା ପ୍ରତ୍ୟେକ ତୃତୀୟ ବ୍ୟକ୍ତି ସଂକ୍ରମିତ ଚିହ୍ନଟ ହେଉଛି। ସେଥିପାଇଁ କଟକଣା କଡାକଡି କରାଯାଇଛି। ସବୁ ପର୍ବପର୍ବାଣି ଘରେ ପାଳନ କରିବାକୁ ଜିଲ୍ଲା ଅଧିକାରୀ ଲୋକଙ୍କୁ ଅପିଲ କରିଛନ୍ତି। କାମ ନ ଥିଲେ ବାହାରକୁ ନ ଯିବା ପାଇଁ ଏବଂ ସମସ୍ତ କରୋନା ନିୟମ କଡାକଡି ଭାବେ ପାଳନ କରିବାକୁ ଜିଲ୍ଲା ଅଧିକାରୀ ଲୋକଙ୍କୁ ଅପିଲ କରିଛନ୍ତି।

   Related Posts