ଭଦ୍ରକର ସବୁ ଧର୍ମାନୁଷ୍ଠାନ ଓ ଧାର୍ମିକସ୍ଥଳୀରେ କଟକଣା, ସର୍ବସାଧାରଣ ପ୍ରବେଶ ଉପରେ ଲାଗିଲା ଅଙ୍କୁଶ

Published By : Prameya-News7 Bureau | May 01, 2021 IST

ଭଦ୍ରକ ୧।୫: ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୦ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଭଦ୍ରକ ଜିଲ୍ଲାରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଏହାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଓ ଧାର୍ମିକସ୍ଥଳୀ ଉପରେ କଟକଣା ଲଗାଯାଇଛି । କରୋନା ସଂକ୍ରମଣ ବଢୁଥିବା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି । ମେ’ ମାସ ୧ ତାରିଖରୁ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ ଅଙ୍କୁଶ ଲାଗିଛି । ମନ୍ଦିରରେ ଜଣେ ପୂଜକ ଓ ମସଜିଦରେ ୩ ଜଣ ମୌଲବୀ ରୀତିନୀତି ଅନୁଯାୟୀ ଉପାସନା କରିବେ । ଏ ନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.