ଗଞ୍ଜାମର ସବୁ ଧର୍ମାନୁଷ୍ଠାନ ୭ଦିନ ବନ୍ଦ, ସର୍ବସାଧାରଣରେ ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ପାଳନ ବାରଣ

Published By : Prameya-News7 Bureau | April 13, 2021 IST

ବ୍ରହ୍ମପୁର ୧୩।୪: ରାଜ୍ୟରେ ହୁ ହୁ ହୋଇ ବଢିଲାନି ସଂକ୍ରମିତଙ୍କ ସଂଖ୍ୟା । ଦିନକୁ ହଜାରେ ଉପରେ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଏଭଳି ସ୍ଥିତିରେ ଗଞ୍ଜାମ ଜିଲ୍ଲାରେ କରୋନାକୁ ଦୃଷ୍ଟିରେ ରଖି ପୁଣି ଗାଇଡ୍ ଲାଇନ୍ ଜାରି କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଆସନ୍ତା ୧୪ ତାରିଖରୁ ୨୧ ତାରିଖ ପାଇଁ ସମସ୍ତ ଧାର୍ମିକ ଅନୁଷ୍ଠାନ, ପର୍ଯ୍ୟଟନସ୍ଥଳୀ, ବ୍ରହ୍ମପୁର ରାମଲିଙ୍ଗେଶ୍ବର ପାର୍କ, ଗୋପାଳପୁର, ସୁନାପୁର ବେଳାଭୂମି, ଜିଲ୍ଲାର ସମସ୍ତ ପାର୍କ ବନ୍ଦ ରହିବ ।

ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ସର୍ବସାଧାରଣରେ ପାଳନ କରିବାକୁ ମନା କରାଯାଇଛି । ପୁଣି ଥରେ ସରପଞ୍ଚଙ୍କ ସହଯୋଗ ଲୋଡିଛନ୍ତି ଜିଲ୍ଲାପାଳ । ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୨୨୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୦୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨୧୭୮୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

{"align":"center","id":437677,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.