ଆସନ୍ତାକାଲି କଟକରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ, ଏମିତି ଲୋକଙ୍କୁ ପ୍ରବେଶ ମନା
6/01/2021 at 10:46 PM

କଟକ ୦୬।୦୧: ଆସନ୍ତାକାଲିଠାରୁ କଟକରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ। କୋଭିଡ୍ ଗାଇଡ ଲାଇନ ମୁତାବକ ମନ୍ଦିର ଖୋଲିବ। ଏ ନେଇ ବିଜ୍ଞପ୍ତି ପ୍ରକାଶ କରିବା ସହ ଏସଓପି ଜାରି କରିଛି ସିଏମସି ପ୍ରଶାସନ। ନୂତନ ବ୍ୟବସ୍ଥା ମୁତାବକ ଟୋକନ୍ ଵ୍ୟଵସ୍ଥାରେ ଧର୍ମାନୁଷ୍ଠାନରେ ପ୍ରଵେଶ କରିଵେ ଭକ୍ତ। ଅନ୍ୟ କୌଣସି ରୋଗରେ ଆକ୍ରାନ୍ତ ଥିଲେ ଧର୍ମାନୁଷ୍ଠାନ ନଆସିଵାକୁ ପରାମର୍ଶ ଦିଆଯାଇଛି।
ସେହିପରି ୬୫ଵର୍ଷରୁ ଅଧିକ ଵୟସ୍କ ଵ୍ୟକ୍ତି ଧର୍ମାନୁଷ୍ଠାନ ନଆସିଵାକୁ ମଧ୍ୟ ପରାମର୍ଶ ଦେଇଛି ସି ଏମ୍ ସି ପ୍ରଶାସନ । ତେବେ ସି ଏମ୍ ସି ଦ୍ଵାରା ଜାରି ହୋଇଥିବା ଏସଓପି କିପରି କଡାକଡି ଭାବେ ପାଳନ କରାଯିବ। ସେ ନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ଧ୍ୟାନ ଦେବ। ସେହିପରି ମନ୍ଦିର ଭିତରକୁ ଏକକାଳୀନ ୨ ଜଣ ଭକ୍ତ ପ୍ରବେଶ କରିବେ ଏବଂ ଭକ୍ତ ଓ ସେବାୟତଙ୍କ ଭିତରେ ମଧ୍ୟ ଦୂରତା ବଜାୟ ରଖିବାକୁ ସି ଏମ୍ ସି ପକ୍ଷରୁ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି।