Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିୟାଣା : ଚଳନ୍ତା କାର ଉପରେ ଓଲଟି ପଡିଲା କଣ୍ଟେନର, ୩ ମୃତ
  • ||
  • ଅଷ୍ଟ୍ରେଲିଆକୁ ଆଉ ଏକ ଝଟକା, ଷ୍ଟାର୍କ ଆହତ, ପ୍ରଥମ ଟି୨୦ରୁ ପଡିବେ ବାଦ୍ !
  • ||
  • ବରଗଡ : ଟ୍ରକ୍‌ ସହ ଧକ୍କା ହେଲା ବରଯାତ୍ରୀ ବୋଲେରୋ, ୩ ମୃତ, ୪ ଗୁରୁତର
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ, ୪ ଗିରଫ
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୩୪ କରୋନା ସଂକ୍ରମିତ, ୩୨୦୦୧୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ଲକଡାଉନ୍ ୨.୦: ଫ୍ଲାଇଟ୍ ଟିକେଟ୍ କ୍ୟାନସଲ କଲେ ଫେରସ୍ତ ମିଳିବ ସମସ୍ତ ଟଙ୍କା

16/04/2020 at 5:22 PM

ନୂଆଦିଲ୍ଲୀ, ୧୬|୦୪:  ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଗୁରୁବାର ଯାତ୍ରୀଙ୍କ ରିଫଣ୍ଡକୁ ନେଇ ଆଡଭାଇଜାରୀ ଜାରି କରିଛି । ଯଦି କୌଣସି ଯାତ୍ରୀ ଲକଡାଉନ ଅବଧିରେ କୌଣସି ଘରୋଇ ବା ଅନ୍ତରାଷ୍ଟ୍ରୀୟ ବିମାନ ଉଡାଣ ପାଇଁ ଟିକେଟ ବୁକ କରିଛନ୍ତି ତେବେ ଏୟାରଲାଇନ୍ସ ସେମାନଙ୍କୁ ଫୁଲ୍ ରିଫଣ୍ଡ କରିବ । ଏହି ରିଫଣ୍ଡ କେବଳ ସେହି ଟିକେଟ୍ ଉପରେ ହେବ ଯାହାକୁ ମାର୍ଚ୍ଚ ୨୫ରୁ ଏପ୍ରିଲ ୧୪ ମଧ୍ୟରେ ବୁକ୍ କରାଯାଇଥିଲା ।

କୋଭିଡ-୧୯ ପାଇଁ ଘରୋଇ ଓ ଅନ୍ତରାଷ୍ଟ୍ରୀୟ ରୁଟରେ ବିମାନ ଚାଳନାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଛି । କେନ୍ଦ୍ର ସରକାର ଏପ୍ରିଲ ୧୫ରୁ ମେ ୩ ଯାଏଁ ଲକଡାଉନକୁ ବଢାଇ ଦେଇଛନ୍ତି ।

ଏହି ଆଡଭାଇଜାରୀରେ କୁହାଯାଇଛି ଯେ, ଅନେକ ଯାତ୍ରୀ ଲକଡାଉନର ପ୍ରଥମ ପର୍ଯ୍ୟାୟରେ ଘରୋଇ କିମ୍ବା ଅନ୍ତରାଷ୍ଟ୍ରୀୟ ଉଡାଣ ପାଇଁ ଟିକେଟ ବୁକ୍ କରିଛନ୍ତି । ଏୟାରଲାଇନ୍ସକୁ ଏହାର ପେମେଣ୍ଟ ମଧ୍ୟ ମିଳିସାରିଛି । ଏହାକୁ କ୍ୟାନସଲ କରିବା ପରେ ପାସେଞ୍ଜରଙ୍କୁ ଫୁଲ୍ ରିଫଣ୍ଡ ମିଳିବ । ଏୟାରଲାଇନ୍ସ ଏହା ଉପରେ କ୍ୟାନସେଲସନ ଚାର୍ଜ୍ଜ ବା ଅନ୍ୟ କୌଣସି ଚାର୍ଜ ନେବ ନାହିଁ । କ୍ୟାନସଲେସନ ରିକ୍ୱେଷ୍ଟର ୩ ସପ୍ତାହ ମଧ୍ୟରେ ହିଁ ରିଫଣ୍ଡ ମିଳିବ । 

   Related Posts