Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୭ ଦିନିଆ ରିମାଣ୍ଡରେ ଯିବ ଗ୍ୟାଙ୍ଗଷ୍ଟର ହାଇଦର, ଅନୁମତି ଦେଲେ JMFC
  • ||
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||

ଘରୋଇକରଣର ନୂଆ ଫଣ୍ଡା : ଲିଜରେ ଲାଲକିଲ୍ଲା, ଆଗକୁ ଦିଆଯିବ ତାଜମହଲ ଓ ଲୋଧି ଗାର୍ଡେନ ସହ ୧୦୦ ପ୍ରସିଦ୍ଧ ଐତିହାସିକ ଭବନ

3/04/2021 at 1:56 PM

ନୂଆଦିଲ୍ଲୀ,୦୩/୦୪:  କେନ୍ଦ୍ରରେ ନେତୃତ୍ୱାଧିନ ନରେନ୍ଦ୍ର ମୋଦୀ ସରକାର ସ୍ପୋର୍ଟସ୍ ଷ୍ଟାଡିୟମ, ରାଷ୍ଟ୍ରୀୟ ଉଦ୍ୟୋଗ ଓ ଐତିହାସିର ଭବନକୁ ଲିଜରେ ଦେଇ ଅତି କମରେ ୨୫୦୦୦ କୋଟି ଟଙ୍କା ଆଦାୟ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଏହି ଯୋଜନାକୁ ସେ ଅନ୍ତିମ ରୂପ ଦେଉଛନ୍ତି । କ୍ରୀଡା, ସଂସ୍କୃତି ଓ ପରିବେଶ ମନ୍ତ୍ରାଳୟ ଏହି ଜାତୀୟ ସମ୍ପତ୍ତିକୁ ଦୀର୍ଘ ଦିନ ପାଇଁ ଲିଜରେ ଦେବାକୁ ସମସ୍ତ ପ୍ରସ୍ତୁତି କରିସାରିଛନ୍ତି । ପଞ୍ଜାବ କେଶରୀ. ଇନର ଏକ ରିପୋର୍ଟ ଅନୁଯାୟୀ ସରକାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗୁଡିକୁ ଲିଜ ଦେବାକୁ ନିଷ୍ପତ୍ତି ନେଇଥିବା ଜଣାଯାଇଛି । ରକ୍ଷଣାବେକ୍ଷଣ ଖର୍ଚ୍ଚ ହ୍ରାସ ସହ ଆୟର ଲକ୍ଷ୍ୟ ରହିଛି ।

ସୂତ୍ରାନୁସାରେ, ଦେଶର ପ୍ରାୟ ୧୦୦ ଐତିହାସିକ ଭବନ ଯେଉଁଥିରେ ତାଜମହଲ, କାଙ୍ଗଡା ମହଲ, ମୁମ୍ବାଇ ସ୍ଥିତ ବୌଦ୍ଧ କନେରୀ ଗୁମ୍ଫା ସାମିଲ ରହିଛି । ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ବିରାସତ ଅପନାଏ ଯୋଜନାରେ ଲିଜରେ ପ୍ରଦାନ କରାଯାଇଛି । ସରକାର ଏହାକୁ ୫ ବର୍ଷ ପାଇଁ ଏକ ସିମେଣ୍ଟ କମ୍ପାନୀକୁ ପ୍ରଦାନ କରିଛନ୍ତି । ଯେଉଁଥିରୁ ୨୫ କୋଟି ଟଙ୍କା ମିଳିଛି ।

କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଧିନରେ ଆସୁଥିବା ଦିଲ୍ଲୀ ମ୍ୟୁନିସିପାଲ କମିଟି, ଲୋଧୀ ଗାର୍ଡେନକୁ ମଧ୍ୟ ଲିଜରେ ଦେବା ପାଇଁ ବିଚାର କରାଯାଉଛି । ବିଭିନ୍ନ ଅନ୍ତରାଷ୍ଟ୍ରୀୟ କମ୍ପାନୀ, ସ୍ପୋର୍ଟସ୍ ଏବଂ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ଏହାକୁ ଲିଜରେ ନେବା ପାଇଁ ଉତ୍ସାହ ଦେଖାଇଛନ୍ତି । ଏଥିପାଇଁ ଅନ୍ୟ ସ୍ପୋର୍ଟସ୍ ଷ୍ଟାଡିୟମ ଓ କମ୍ପ୍ଲେକ୍ସକୁ ସରକାର ଲିଜରେ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଇନ୍ଦିରା ଗାନ୍ଧୀ ସ୍ପୋର୍ଟସ୍ କମ୍ପ୍ଲେକ୍ସ, ମେଜର ଧ୍ୟାନଚାନ୍ଦ ନ୍ୟାଶନାଲ ଷ୍ଟାଡିୟମ, ଡ. ଶ୍ୟାମପ୍ରସାଦ ମୁଖାର୍ଜୀ ସ୍ୱିମିଂ ପୁଲ କମ୍ପ୍ଲେକ୍ସ, ଜବାହାରଲାଲ ନେହେରୁ ଷ୍ଟାଡିୟମ ସରକାରଙ୍କ ତାଲିକାରେ ସବୁଠୁ ଉପରେ ରହିଛି । ଏହାମଧ୍ୟରୁ ଅଧିକାଂଶ ଷ୍ଟାଡିୟମ ବର୍ଷ ସାରା ଖାଲି ପଡିଥାଏ । ଏହାର ଦେଖାରଖା ମଧ୍ୟ କରିବାକୁ ହୋଇଥାଏ ।

କ୍ରୀଡା ମନ୍ତ୍ରାଳୟର କହିବାନୁସାରେ, ସ୍ପୋର୍ଟସ୍ କମ୍ପ୍ଲେକ୍ସକୁ ସମ୍ପୂର୍ଣ୍ଣ ବ୍ୟବହାର କରାଯାଉ ନାହିଁ । ଏହା ସରକାରଙ୍କ ରାଜକୋଷ ଉପରେ ବୋଝ ପାଲଟିଛି । ଘରୋଇ କମ୍ପାନୀ ଏହାକୁ ଲିଜରେ ନେଇ ଏହାର ବ୍ୟବହାର କରିବେ । ଏହି ସବୁକୁ ୩୦ ବର୍ଷ ପାଇଁ ଲିଜରେ ଦିଆଯିବ ବୋଲି ମନ୍ତ୍ରାଳୟ କହିଛି ।

   Related Posts