Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ନିର୍ବାଚନ ବିଗୁଲ ବାଜିନି, ତଥାପି କେନ୍ଦ୍ରୀୟ ନେତାଙ୍କ ଘନ ଘନ ଓଡିଶା ଗସ୍ତ: ଜାଣନ୍ତୁ କେଉଁ ନେତା ଆସୁଛନ୍ତି କେବେ

8/02/2019 at 7:30 PM

ଭୁବନେଶ୍ବର ୮|୨: ନିର୍ବାଚନ କମିଶନର ବିଧିବଦ୍ଧ ବିଗୁଲ୍ ଫୁଙ୍କି ନାହାନ୍ତି, ହେଲେ ରାଜନୈତିକ ଦଳ ଲଢେଇ ଆରମ୍ଭ କରି ସାରିଲେଣି । ପ୍ରଚାର ଲାଗି ତିଆରି ହୋଇଗଲାଣି ନେତାଙ୍କ ତାଲିକା । ଆଉ ଏଥର ସବୁଦଳଙ୍କ ଫୋକସରେ ଓଡ଼ିଶା । ବିଜେଡି ଦୁର୍ଗ ଭେଦିବାକୁ କଂଗ୍ରେସ ଓ ବିଜେପି ତିଆରି କରିଛନ୍ତି ମାଷ୍ଟରପ୍ଲାନ୍ । ରାଷ୍ଟ୍ରୀୟ ନେତା ଓଡ଼ିଶା ନ ଛାଡ଼ୁଣୁ, ପୁଣି କେବେ ଆସିବେ ତାରିଖ ଫିକ୍ସ୍ ହୋଇଯାଉଛି । ଆଉ ସେପଟେ ଏକା ନବୀନ ଉଭୟ ଜାତୀୟ ଦଳ ଉପରେ ଭାରି ପଡ଼ୁଛନ୍ତି ।

ମୁଣ୍ଡ ଉପରେ ନିର୍ବାଚନ । ନେତାଙ୍କ ଘନ ଘନ ଗସ୍ତର ତାଲିକା ପ୍ରସ୍ତୁତ । ନବୀନ ଗଡ଼କୁ ଭେଦ କରିବା ଲାଗି ତିଆରି ଚାଲିଛି ମାଷ୍ଟରପ୍ଲାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଅଧ୍ୟକ୍ଷ ଅମିତ ଶାହା, କଂଗ୍ରେସ ଅଧ୍ୟକ୍ଷଙ୍କ ଦୁଇ ଦୁଇ ଗସ୍ତ ପରେ ପୁଣି ଲମ୍ବା ତାଲିକା ପ୍ରସ୍ତୁତ ହେଲାଣି। ମାର୍ଚ୍ଚ ୨ ଯାଏଁ ପ୍ରତିଦିନ କେହି ନା କେହି ହେଭିୱେଟଙ୍କୁ ଆଣି ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀ ଛୁଇଁବାର ଯୋଜନା କରିଛି ବିଜେପି।

ଏହି କ୍ରମରେ  ଆସନ୍ତା ୧୫ରେ ସମ୍ବଲପୁର ଆସିବେ  ଅମିତ୍ ଶାହା । ୧୭ରେ ଭଦ୍ରକ ଆସିବେ ଗୃହମନ୍ତ୍ରୀ ରାଜନାଥ ସିଂ । ତାହାର ୨ ଦିନ ଭିତରେ କଳାହାଣ୍ଡି ଆସିବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏହା ସହ ରାମକ୍ରିପାଲ ଯାଦବ, ମନୋଜ ସିହ୍ନା,  ଅର୍ଜୁନ ମୁଣ୍ଡାଙ୍କ ଭଳି ନେତା ଲଗାତାର ଆସିବେ ଓଡ଼ିଶା ।

ନିକଟ ଅତୀତରେ ଦୁଇ ଦୁଇ ଥର ଓଡ଼ିଶା ଆସିଥିବା କଂଗ୍ରେସ ଅଧ୍ୟକ୍ଷ  ରାହୁଲ ଗାନ୍ଧି ପୁଣି ଆସୁଛନ୍ତି। ଫେବ୍ରୁଆରୀ ଶେଷ ସପ୍ତାହରେ ରାହୁଲଙ୍କ ଜୟପୁର ଗସ୍ତ ନେଇ ପ୍ରସ୍ତୁତି କରୁଛି ପିସିସି । ଖାଲି ରାହୁଲ ନୁହେଁ, ଏଥର ସାଥୀରେ ପ୍ରିୟଙ୍କା ଗାନ୍ଧି ବି ଆସି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । କେନ୍ଦ୍ରୀୟ ନେତାଙ୍କ ଗସ୍ତର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବାକୁ ଦିଲ୍ଲୀ ଯାଇଛନ୍ତି ନିରଞ୍ଜନ ପଟ୍ଟନାୟକ ଏବଂ ନରସିଂହ ମିଶ୍ର

ତେବେ କେନ୍ଦ୍ରୀୟ ନେତାଙ୍କ ଘନ ଘନ ଗସ୍ତ ୧୯ ବର୍ଷର ନବୀନ ଗଡ଼କୁ ଭେଦ କରିପାରିବ କି। ବିଜେଡି କିନ୍ତୁ ଆତ୍ମ ବିଶ୍ବାସରେ ରହିଛି। ଯୋଜନା ପରେ ଯୋଜନା ପେଶି ନବୀନ ନିଜ ଗଡ଼ ସୁଦୃଢ଼ କରିସାରିଛନ୍ତି। ତେଣୁ ଏକା ନବୀନ ସଫିସିଏଣ୍ଟ ବୋଲି କହୁଛି ବିଜେଡି।

ପଞ୍ଚମ ଥର ବିଜେଡିର ବିଜୟ ସୁନିଶ୍ଚିତ କରିବାକୁ ପ୍ରତିଦିନ କେଉଁ ନା କେଉଁ ଜିଲ୍ଲାକୁ ସରକାରୀ ଗସ୍ତରେ ଯାଉଛନ୍ତି ନବୀନ । ନିର୍ବାଚନ ତାରିଖ ସିନା ଘୋଷଣା ହୋଇନି, ହେଲେ ନିର୍ବାଚନୀ ପ୍ରଚାର ଆରମ୍ଭ ହୋଇଗଲାଣି ।

   Related Posts