ରାଜ୍ୟ, କେନ୍ଦ୍ର, ସବୁ ରାଜନୈତିକ ଦଳର ଫୋକସରେ ଚାଷୀ: ହେଲେ ପୁଣି କାହିଁକି ରାଜଧାନୀ ମୁହାଁ ହେଲେ ଚାଷୀ ? ଆରମ୍ଭ ହେଲା ବୟାନବାଜି

Published By : Prameya-News7 Bureau | February 06, 2019 IST

ଭୁବନେଶ୍ବର୬|୨: ରାଜନୀତି ମୈଦାନରେ ରାହୁଲ ଓ ଗଡ଼କରୀ ମୁହାଁମୁହିଁ ହୋଇଥିବା ବେଳେ  ରାସ୍ତାରେ ଷ୍ଟେସନରେ, ଛକରେ ପୋଲିସ ଚାଷୀ ମୁହାମୁହିଁ ହୋଇଛନ୍ତି । ପୁଣି ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବି ନେଇ  ଆଜି ରାଜଧାନୀ ମୁହାଁ ହୋଇଥିଲେ ହଜାର ହଜାର ଚାଷୀ। କିନ୍ତୁ  ବିଭିନ୍ନ ସ୍ଥାନରେ ପୋଲିସ  ସୋମାନଙ୍କୁ ଅଟକାଇଥିବା ବେଳେ ଶହଶହ ଚାଷୀଙ୍କୁ ଅଟକ ରଖି ସହର ବାହାରେ ଛାଡ଼ିଛି।  ରାଜ୍ୟ ଓ କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଏତେ ଘୋଷଣା କରିବା ସତ୍ତ୍ବେ ଚାଷୀ କାହିଁକି ରାସ୍ତାକୁ ଓହ୍ଲାଉଛନ୍ତି ତାକୁ ନେଇ ରାଜନୀତି ବି ତେଜିଛି।

{"id":82630}

ଆକାଉଣ୍ଟରେ ଟଙ୍କା। ଋଣରେ ବି ସୁବିଧା। ତଥାପିବି ରାଜଧାନୀ ମୁହାଁ ହୋଇଛନ୍ତି ଚାଷୀ। ହଜାର ହଜାର ଚାଷୀ। ଅକ୍ଟୋବର ୨୯ ପରେ ପୁଣି ଏକାଠି ହୋଇଛନ୍ତି ଚାଷୀ । ଏଥର ବି ରାଜଧାନୀ ଦୁଆର ମୁହଁରୁ ଚାଷୀ ଫେରିଛନ୍ତି । ତେବେ କାହିଁକି ଚାଷୀ ମାର୍ଚ୍ଚପାଷ୍ଟ କରିଥିଲେ। ଯୋଜନା ଦରକାର ନାହିଁ। ଦରକାର ପ୍ରାଇସ, ପେସଷ୍ଟିଜ ପେନସନ।    ରାଜଧାନୀର ଗାନ୍ଧିମାର୍ଗରେ ଗର୍ଜିଥିଲା ନବନିର୍ମାଣ  କୃଷକ ସଂଗଠନ ।

{"id":82632}

ବଡ଼କଥା ହେଲା  ସଂଗଠନର କେହି  ତୁଙ୍ଗ ନେତା ନଥିଲେ, ତଥାପି କର୍ମୀ ଏକାଠି ହୋଇଥିଲେ। ଆଗରୁ  ସଂଗଠନ ନେତାମାନଙ୍କୁ ପୋଲିସ ଉଠାଇନେଇଥିଲା ।  ଯେପରି ରାଜଧାନୀରେ କର୍ମୀ ନ ପହଞ୍ଚି ପାରିବେ, ସେନେଇ ସକାଳୁ ସକାଳୁ ଭୁବନେଶ୍ବର ବିଭିନ୍ନ ପ୍ରବେଶ ପଥରେ ପଇଁତାରା ମାରିଥିଲା ପୋଲିସ। ହଂସପାଳ ଛକ ହେଉ କିମ୍ବା ରେଳଷ୍ଟସନ, କିମ୍ବା ବାରଙ୍ଗ,  ନଜର ରଖିଥିଲା ପୋଲିସ ।  ନରସିଂହପୁର, ଚଣ୍ଡିଖୋଲ, ଧର୍ମଶାଳା, ଉଦଳା, ଏମିତି ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖାଦେଇଥିଲା ପୋଲିସ ସହିତ ମୁହାଁମୁହିଁ ପରିସ୍ଥିତି ପୋଲିସ ଚାଷୀଙ୍କୁ ଅଟକାଇଥିବା ବେଳେ ଚାଷୀ ଧସେଇ ଆଗକୁ ବଢ଼ିଥିଲେ।

ସେପଟେ ଚାଷୀଙ୍କ ଯୋଗୁଁ ଲୋକେ ହୋଇଛନ୍ତି ହଟହଟା। ରାଜଧାନୀ ମୁହାଁ ହୋଇଥିବା ଚାଷୀଙ୍କୁ ପୋଲିସ ଅଟକାଇବାରୁ ବିଭିନ୍ନ ସ୍ଥାନରେ ଚାଷୀ ରାସ୍ତା ଅବରୋଧ କରିଥିଲେ। ଯେଉଁଥିପାଇଁ ଜାତୀୟ ରାଜପଥ ଜାମ ହୋଇଥିଲା।

{"id":82634}

କାଳିଆ ହେଉ କି କିଷାନ ସମ୍ମାନ ନିଧି। ଏସବୁ ଯୋଜନାରେ ଚାଷୀ ସାମିଲ ହେଉଛନ୍ତି ତଥାପି ଧାରଣାରେ ସାମିଲ ହେଉଛନ୍ତି । ରାଜନୀତିର ଫୋକସରେ ଅଛନ୍ତି ଚାଷୀ। ଚାଷୀଙ୍କ ପାଇଁ ଘୋଷଣା ପରେ ଘୋଷଣା ବି ହେଉଛି ତଥାପି ଦେଶର ବିଭିନ୍ନ ଭାଗରେ ଚାଷୀ ରାସ୍ତାକୁ ଓହ୍ଲାଉଛନ୍ତି। ଏହାପଛରେ ସୁଚିନ୍ତିତ ରାଜନୈତିକ ଚାଲ ରହିଛି ବୋଲି ଅଭିଯୋଗ ବି ହେଉଛି। ଯେଉଁଥିରେ ମୁହାଁମୁହଁ ହୋଇଛନ୍ତି ତିନି ରାଜନୈତିକ ଦଳ ।

{"id":82635}

ଅକ୍ଟୋବର ମାସରେ ରାଜଧାନୀ ମୁହାଁ ଚାଷୀ ଭୁବନେଶ୍ବର ଉପକଣ୍ଠରୁ ଫେରିଥିଲେ। ଏହାପରେ ରାଜ୍ୟ ସରକାର ମନ୍ତ୍ରୀଗୋଷ୍ଠୀ ଗଠନ କରି ଆଲୋଚନା କରିଥିଲେ। ତଥାପି ବି ଚାଷୀଙ୍କ ଆନ୍ଦୋଳନ ରାଜନୈତିକ ରଣନୀତିର  କେନ୍ଦ୍ର ସ୍ଥଳରେ ରହିଛନ୍ତି ଚାଷୀ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.