Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ମାର୍ଚ୍ଚ ୧୦ ସୁଦ୍ଧା ବିଜ୍ଞପ୍ତି ! ନିର୍ବାଚନ କମିସନଙ୍କ ଆଗରେ ପରସ୍ପରର ଗୋହି ଖୋଳିଲେ ସବୁ ରାଜନୈତିକ ଦଳ

14/02/2019 at 8:28 PM

ଭୁବନେଶ୍ବର୧୪|୨: ରାଜ୍ୟରେ ଅବାଧ ଓ  ନିରପକ୍ଷେ ନିର୍ବାଚନ ହେବ କି ନାହିଁ। ନିର୍ବାଚନ କମିଶନ ତ ତୁହାକୁ ତୁହା ବୈଠକ କରି ଏହାର ସମୀକ୍ଷା କରୁଛନ୍ତି। କିନ୍ତୁ ଯେଉଁମାନଙ୍କୁ ନେଇ ଏହି ମୈଦାନ ସରଗରମ ହେବାକୁ ଯାଉଛି ସେହି ରାଜନୈତିକ ଦଳମାନେ କିନ୍ତୁ ସନ୍ଦେହରେ ଅଛନ୍ତି ଯେ ରାଜ୍ୟରେ ଅବାଧ ନିର୍ବାଚନ ହେବ। କାରଣ ନିର୍ବାଚନ କମିଶନ ନିକଟରେ ଆଜି ଫେରାଦ ହେବା ସମୟରେ ଏମିତି କିଛି ସନ୍ଦେହ ପ୍ରକାଶ କରିଛନ୍ତି ରାଜ୍ୟର ପ୍ରମୁଖ ଦଳ।

ନିର୍ବାଚନ କମିଶନରଙ୍କ ଆଗରେ ସବୁ ଦଳ ଫେରାଦ । କିଭଳି ଅବାଧ ଓ ମୁକ୍ତ ନିର୍ବାଚନ ହେବ ତା ଉପରେ ଯେତିକି ଗୁରୁତ୍ବ ନାହିଁ ଅନ୍ୟ ଦଳ କିଭଳି ନିର୍ବାଚନ ବେଳେ ବାତାବରଣ ବିଗାଡ଼ୁଛନ୍ତି କମିଶନଙ୍କ ଆଗରେ ପରସ୍ପର ବିରେ।ଧରେ ଅଭିଯେ।ଗ ବାଢିଛନ୍ତି ବିଜେଡ଼ି, ବିଜେପି ଓ କଂଗ୍ରେସ । ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶା କେତେ ପ୍ରସ୍ତୁତ ତାହା ବୁଝିବାକୁ କମିଶନ ଆସିଛନ୍ତି ଓଡ଼ିଶା । କିନ୍ତୁ ବାହୁବଳ, ଅର୍ଥବଳ ଓ ସରକାରୀ କଳର ଦୁରୁପଯେ।ଗ ଅନ୍ୟଦଳ କରୁଛି ବୋଲି କମିଶନଙ୍କ ନିକଟରେ ଗେ।ହି ଖେ।ଳିଥିଲେ ରାଜନୌତିକ ଦଳର ନେତା ମାନେ ।

ବିଜେପି ଅଭିଯେ।ଗ କରିଥିଲା କ୍ଷମତାରେ ଥିବା ଶାସକ ବିଜେଡ଼ି ସରକାରୀ କଳ ଓ ଅର୍ଥବଳ ଲଗାଇ ଭେ।ଟ ହାତଉଛି ଆଉ ବିରେ।ଧୀ ମାନଙ୍କୁ ଦମନ ପାଇଁ ହିଂସାର ପଥ ବାଛୁଛି । କଂଗ୍ରେସ କହିଥିଲା ଓଡ଼ିଶାରେ ଅବାଧ ଓ ନିରପେକ୍ଷ ନିର୍ବାଚନ ନେଇ ସନ୍ଦେହ ଅଛି । କାରଣ ଏଠି ବିଜେପି ଓ ବିଜେଡ଼ି ଅର୍ଥବଳରେ କ୍ଷମତା ହାତେଇବାକୁ ଚାହୁଁଛନ୍ତି । ବିଜେଡ଼ିର ଦାବି ଥିଲା ଯେ ନିର୍ବାଚନ ବେଳେ ବିଜେପି ନେତା ମାନେ ହିଂସ୍ର ଆଚରଣ କରୁଛନ୍ତି । ଏମିତିକି ସେ।ସିଆଲ ମିଡ଼ିଆରେ ଅନ୍ୟ ଦଳଙ୍କ ନେତାଙ୍କର ଚରିତ୍ର ସଂହାର କରୁଛି, ​ପେଟ୍ରେ।ଲ ପମ୍ପ ଜରିଆରେ ଅର୍ଥ କାରବାର ବନ୍ଦ କରାଯାଉ ବିଜେପି ଟର୍ଗେଟ କରି ଏସବୁ ଯୁକ୍ତି ବାଢିଥିଲା ବିଜେଡ଼ି ।

ଓଡ଼ିଶାରେ ବିଧାନସଭା ସହ ଲେ।କସଭା ନିର୍ବ।ଚନ ଏକା ସାଙ୍ଗରେ ହେବ । ତେଣୁ ସୁରକ୍ଷା ବ୍ୟବସ୍ଥା ସବୁଠୁ ଗୁରୁତ୍ବପୂର୍ଣ୍ଣ । ଯେହେତୁ ଓଡ଼ିଶା ଏକ ମାଓପ୍ରବଣ ରାଜ୍ୟ ସେଥିପାଇଁ କିଭଳି ଅବାଧ ଓ ମୁକ୍ତ ନିର୍ବାଚନ ହେ।ଇପାରିବ ସେନେଇ ନିର୍ବାଚନ କମିଶନ ଗୁରୁତ୍ବ ଦେଇଛନ୍ତି।

ଏହାବାଦ ଓଡ଼ିଶାରେ ଭିଭିପାଟ ମେସିନ୍ ପ୍ରଥମଥର କରି ବ୍ୟବହାର ହେବାକୁ ଯାଉଛି । ଲେ।କମାନେ କିଭଳି ଭିଭିପାଟ ମେସିନ୍ ର ବ୍ୟବହାର ନିର୍ବାଚନ ବେଳେ କରିପାରିବେ ସେନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ କଣ ପ୍ରସ୍ତୁତି ହେ।ଇଛି ସେନେଇ ଆଲେ।ଚନ କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ଇଭିଏମ୍ ମେସିନ୍ ର ବେୈଧତା ଉପରେ ଯେଉଁ ପ୍ରଶ୍ନ ଉଠୁଛି ତାହା ଠିକ୍ ନା ଭୂଲ ତା ଉପରେ ଏକ ମକ୍ ପୁଲ ବି ଆୟେ।ଜନ କରିଥିଲେ ନିର୍ବାଚନ କମିଶନ ।

କୁହାଯାଉଛି ମାର୍ଚ ୧୦ ତାରିଖ ଭିତରେ ସାଧାରଣ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ତେଣୁ ସବୁ ରାଜ୍ୟର ନିର୍ବାଚନ ପ୍ରସ୍ତୁତି କିଭଳି ଅଛି ତାହାର ତଦାରଖ କରୁଛନ୍ତି ନିର୍ବାଚନ କମିଶନ । ଓଡ଼ିଶାକୁ ଦୁଇଦିନିଆ ଗସ୍ତରେ ଆସି ବିଭିନ୍ନ ପାର୍ଟି ଓ ଗେ।ଷ୍ଠିକୁ ଭେଟୁଛନ୍ତି । କାଲି ସରିବ କମିଶନଙ୍କ ଗସ୍ତ । ଏହି ଅବସରରେ ଭେ।ଟରଙ୍କୁ ସଚେତନ କରିବା ଲାଗି  ତିନିଟି ଇଭିଏମ୍ ଏବଂ ଭିଭିପାଟ ପ୍ରଚାର ଗାଡ଼ି ନିର୍ବାଚନ କମିଶନ ଅଶେ।କ ଲାଭାସାଙ୍କ ଦ୍ବାରା ଉଦଘାଟିତ ହେ।ଇଥିଲା

   Related Posts