Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ପରୀକ୍ଷାକୁ ଅଟକାଇଲା କୋଭିଡ୍ : ରାଜ୍ୟର ସମସ୍ତ ଯୁକ୍ତ ୩ ଏବଂ ପିଜି ପରୀକ୍ଷା ବାତିଲ, ଉଚ୍ଚଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

11/06/2020 at 6:43 PM

ଭୁବନେଶ୍ୱର, ୧୧|୦୬:  କରୋନା ପ୍ରଭାବରେ ପରୀକ୍ଷା ବାତିଲ । ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ଆସୁଥିବା ସମସ୍ତ ପ୍ରକାର ସ୍ନାତକ ଓ ସ୍ନାତକତ୍ତୋର ବା ଅଣ୍ଡର ଗ୍ରାଜୁଏଟ୍ ଏବଂ ପୋଷ୍ଟ୍ ଗ୍ରାଜୁଏଟ୍ ପରୀକ୍ଷାକୁ ବାତିଲ କରିଦିଆଯାଇଛି ।   ସାରା ବିଶ୍ୱ ମାରାତ୍ମକ କରୋନା ଭାଇରସର ମୁକାବିଲା କରୁଥିବା ବେଳେ ଓଡିଶାରେ ମଧ୍ୟ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଚାଲିଥିବା ବେଳେ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାରଙ୍କ ଅଧିନସ୍ଥ ଉଚ୍ଚ ଶିକ୍ଷା ବିଭାଗ । ଏହି ଅନୁଯାୟୀ  ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟର ଯୁକ୍ତ ୩ ଏବଂ ପିଜି ପାଠ୍ୟକ୍ରମର ଶେଷ ବର୍ଷର ପରୀକ୍ଷା ଓ ଶେଷ ସେମିଷ୍ଟାରକୁ ବାତିଲ କରିଦିଆଯାଇଛି ।

ପରୀକ୍ଷା ସମ୍ପର୍କରେ ନିଷ୍ପତ୍ତି ଲାଗି ଗୁରୁବାର ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସମସ୍ତ ବିଶ୍ୱ ବିଦ୍ୟାଳୟର କୁଳପତି ଓ ମହାବିଦ୍ୟାଳୟର ଅଧ୍ୟକ୍ଷମାନେ ଉପସ୍ଥିତ ଥିଲେ । ବୈଠକରେ ପରୀକ୍ଷା ବାତିଲ ହେବା ନେଇ କୁହାଯାଇଛି । କାରଣ କରୋନା ମହାମାରୀ ପାଇଁ ଯୁକ୍ତ ୩ ଓ ପିଜି ପାଠ୍ୟକ୍ରମର ଶେଷ ବର୍ଷ ଓ ଶେଷ ସେମିଷ୍ଟାର ପରୀକ୍ଷା ସୁରୁଖୁରୁରେ ହେବାର ସମ୍ଭାବନା କମ୍ ରହିଛି । ଏହିସବୁ ପରୀକ୍ଷା ଜୁଲାଇ-ଅଗଷ୍ଟ ମାସରେ ଅନୁଷ୍ଠିତ ହେବା ନେଇ ଧାର୍ଯ୍ୟ ହୋଇଥିଲା ।

ବର୍ତ୍ତମାନର ସ୍ଥିତିକୁ ଦେଖି ପିଜି ଓ ଯୁକ୍ତ ୩ ପାଠ୍ୟକ୍ରମର ଶେଷ ବର୍ଷ ପରୀକ୍ଷା ବାତିଲ କରାଯାଇଛି । ତେବେ ବିକଳ୍ପ ମୂଲ୍ୟାୟନ ଜରିଆରେ ଅଗଷ୍ଟ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ । ଯେଉଁ ଛାତ୍ରଛାତ୍ରୀମାନେ ବିକଳ୍ପ ବ୍ୟବସ୍ଥାରେ ପାଉଥିବା ମାର୍କଠୁ ଅଧିକ ମାର୍କ ପାଇବେ ବୋଲି ଭାବନ୍ତି ସେମାନେ ନଭେମ୍ବର ମଧ୍ୟରେ ପରୀକ୍ଷା ଦେଇପାରିବେ । ଯେଉଁଠାରେ ପରୀକ୍ଷା ସରିଛି ସେଠାରେ ଏହି ନୂଆ ନିୟମ ଲାଗୁ ହେବ ନାହିଂ । ଯେଉଁ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ଗୋଟିଏ ବା ଦୁଇଟି ବ୍ୟାକ୍ ପେପର୍ ଥିବ ସେମାନଙ୍କ ଏହି ପେପର୍ ବାତିଲ କରାଯିବ ।

ଏତତ୍ ବ୍ୟତୀତ ଯେଉଁମାନଙ୍କର ୨ରୁ ଅଧିକ ବ୍ୟାକ୍ ଥିବ ସେମାନେ ସାଧାରଣ ଭାବେ ତାରିଖ ଧାର୍ଯ୍ୟ ହେଲେ ପରୀକ୍ଷା ଦେବେ । ମେଡିକାଲ ପାଠ୍ୟକ୍ରମ ବ୍ୟତୀତ ଉଚ୍ଚ ଶିକ୍ଷା ବିଭାଗର ଅନ୍ୟ ପାଠ୍ୟତ୍କମ ପାଇଁ ଏହି ନିଷ୍ପତ୍ତି ଲାଗୁ ହେବ ।

   Related Posts