ମେ' ୩ ଯାଏଁ ଯାତ୍ରୀବାହୀ ଟ୍ରେନ୍‌ ବନ୍ଦ- ଭାରତୀୟ ରେଳବାଇ

Published By : Prameya-News7 Bureau | April 14, 2020 IST

ନୂଆଦିଲ୍ଲୀ ୧୪।୦୪: ସାରାଦେଶରେ କରୋନା ସ୍ଥିତି ଚିନ୍ତାଜନକ ରହିଛି । କରୋନା ସ୍ଥିତିକୁ ଦେଖି ମାର୍ଚ୍ଚ ୨୫ରୁ ୧୨ଦିନିଆ ଲକ୍‌ଡାଉନ୍ ଘୋଷଣା ହୋଇଥିଲା । ଯାହାକି ଅପ୍ରେଲ ୧୪ରେ ସରୁଛି । ତେବେ ପ୍ରଥମ ଲକ୍‌ଡାଉନ୍‌ ଶେଷ ହେବାର କିଛି ଘଣ୍ଟା ପୂର୍ବରୁ ପୁଣି ଥରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଚଳିତ ଥର ଘୋଷଣା କରାଯାଇଥିବା ଲକ୍‌ଡାଉନ୍‌ ମେ ୩ ପର୍ଯ୍ୟନ୍ତ ଜାରି ରହିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଦେଶରେ ଲକ୍‌ଡାଉନ୍‌ ନିୟମକୁ କଡାକଡି ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଦେଶରେ ପୁନର୍ବାର ଲକ୍‌ଡାଉନ୍‌ ଘୋଷଣା ହେବର କିଛି ସମୟ ପରେ ଭାରତୀୟ ରେଳବାଇ ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ସମସ୍ତ ଯାତ୍ରୀ ସେବା ବାତିଲ୍‌ କରିଛି । ଏହି ଲକ୍‌ଡାଉନ୍‌ ଅବଧି ସମୟରେ କେବଳ ମାଲବାହୀ ଗାଡି ଯାତ୍ରା କରିବ ବୋଲି ଜଣାପଡିଛି ।

wp:core-embed/twitter {"url":"https://twitter.com/RailMinIndia/status/1249942460911910913","type":"rich","providerNameSlug":"twitter","className":""}
https://twitter.com/RailMinIndia/status/1249942460911910913
/wp:core-embed/twitter

ଦେଶରେ ଲକ୍‌ଡାଉନ୍‌ ଘୋଷଣା ହେବାର କିଛି ସମୟ ପରେ ଭାରତୀୟ ରେଳ ମନ୍ତ୍ରାଳୟ ପକ୍ଷରୁ ଏକ ଟ୍ୱିଟ୍‌ ଜାରି କରାଯାଇଛି । ଏହି ଟ୍ୱିଟ୍‌ରେ ଲେଖା ହୋଇଛି ଯେ, ପ୍ରିମିୟମ ଟ୍ରେନ୍, ମେଲ୍/ଏକ୍ସ‌ପ୍ରେସ୍ ଟ୍ରେନ୍, ପାସେଞ୍ଜର୍ ଟ୍ରେନ୍, ସବ୍ଅର୍ବାନ୍‌ ଟ୍ରେନ୍, କୋଲ୍‌କାତା ମେଟ୍ରୋ ରେଲ୍, କୋଙ୍କଣ ରେଲ୍‌ୱେ ଇତ୍ୟାଦି ସମେତ ଭାରତୀୟ ରେଳବାଇର ସମସ୍ତ ଯାତ୍ରୀବାହୀ ଟ୍ରେନ୍ ସେବା ମେ ୩ ତାରିଖ ରାତି ୧୨ଟା ଯାଏଁ ବନ୍ଦ ରହିବ। ବାତିଲ ହୋଇଥିବା ରେଳଗାଡ଼ି ନିମନ୍ତେ ଅଗ୍ରିମ ଟିକେଟ କରିଥିବା ଯାତ୍ରୀମାନଙ୍କୁ ନିଜ ନିଜର ଟଙ୍କା ସମ୍ପୂର୍ଣ୍ଣ ଭାବେ ଫେରସ୍ତ କରାଯିବ। ପରବର୍ତ୍ତୀ ନିର୍ଦ୍ଦେଶ ପ୍ରକାଶ ନ ପାଇବା ଯାଏଁ କୌଣସି ଆଗୁଆ  ବୁକିଂ କରାଯିବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.