Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ଶନିବାର ରାତି ୧୨ରୁ ସବୁ ପାସେଞ୍ଜର, ଏକ୍ସପ୍ରେସ ଟ୍ରେନ ଚଳାଚଳ ବନ୍ଦ, ‘ଜନତା କର୍ଫ୍ୟୁ’ ପାଇଁ ରେଳବାଇର ନିଷ୍ପତ୍ତି

20/03/2020 at 8:35 PM

ନୂଆଦିଲ୍ଲୀ ୨୦।୦୩: ସମଗ୍ର ବିଶ୍ଵରେ ମହାମାରୀର ରୂପ ନେଇ ସାରିଥିବା କରୋନା ଭୂତାଣୁ ସଂପ୍ରତି ଭାରତରେ ନିଜର କାୟା ବିସ୍ତାର କରିବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟି ୨୬୦ ଟପିଛି ଏବଂ ୫ ଜଣଙ୍କ ମୃତ୍ୟୁ ଘଟିସାରିଲାଣି। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନାର ପ୍ରତିରୋଧ ଲାଗି ମାର୍ଚ୍ଚ ୨୨ରେ ଜନତା କର୍ଫ୍ୟୁ ଲଗାଇବାକୁ ଘୋଷଣା କରିଛନ୍ତି। ଫଳରେ ଶନିବାର ରାତି ୧୨ଟାରୁ ରବିବାର ରାତି ୧୦ଟା ପର୍ଯ୍ୟନ୍ତ କୌଣସି ବି ପାସେଞ୍ଜର ଟ୍ରେନ ଚଳାଚଳ କରିବ ନାହିଁ ବୋଲି ଭାରତୀୟ ରେଲଓ୍ଵେ ନିଷ୍ପତ୍ତି ନେଇଛି।

ଲୋକାଲ ଟ୍ରେନ ସେବାକୁ ହ୍ରାସ କରି ସର୍ବନିମ୍ନ ସ୍ତର  କରାଯାଇଛି। ରେଳ ଅଧିକାରୀଙ୍କ ମୁତାବକ ଜନତା କର୍ଫ୍ୟୁ ସମୟରେ ମୋଟ୍ ୨୪୦୦ ଯାତ୍ରୀ ଟ୍ରେନ ଚଳାଚଳ କରିବ ନାହିଁ। ଏଥିରେ ୧୩୦୦ ମେଲ୍ ଏକ୍ସପ୍ରେସ, ପାସେଞ୍ଜର ଟ୍ରେନ ଓ ବଡ ସଂଖ୍ୟାରେ ଉପନଗରୀୟ ଟ୍ରେନ ସାମିଲ।

ସୂତ୍ ମୁତାବକ ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନ ମଧ୍ୟ ସକାଳ ୪ଟାରୁ ଚଳାଚଳ କରିବ ନାହିଁ। କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ଜରୁରୀ ନଥିବା ଯାତ୍ରାକୁ ଟାଳିବା ଲାଗି ରେଲଓ୍ଵେ ପୂର୍ବରୁ ୨୪୫ ଟ୍ରେନ ବାତିଲ କରି ସାରିଛି। ଏବେ ଶନିବାର ରାତିରୁ ରବିବାର ରାତି ୧୦ଟା  ପର୍ଯ୍ୟନ୍ତ ଦେଶର ଅଧିକାଂଶ ଟ୍ରେନ ଚଳାଚଳ ବନ୍ଦ ରହିବ।

ଦେଶରେ କରୋନା ଭୂତାଣୁର ପ୍ରକୋପକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଗୁରୁବାର ଦେଶକୁ ସମ୍ବୋଧିତ କରିଥିଲେ। ସେ ରବିବାର ଅର୍ଥାତ ମାର୍ଚ୍ଚ ୨୨ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ଲଗାଇବାକୁ ଅପିଲ୍ କରିଛନ୍ତି। ଏହା ଜନତାଙ୍କ ପାଇଁ, ଜନତାଙ୍କ ଦ୍ଵାରା ଖୋଦ୍ ଲଗାଯାଇଥିବା କର୍ଫ୍ୟୁ ହେବ। ସେ କହିଛନ୍ତି ଯେ, ୧୪ ଘଣ୍ଟା ଯାଏ କୌଣସି ବ୍ୟକ୍ତି ନିଜ ଘରୁ ବାହାରନ୍ତୁ ନାହିଁ। ସନ୍ଧ୍ୟା ୫ଟାରେ ନିଜ ନିଜର ଘରେ ତାଳି ବଜାଇ, ଥାଳି ବଜାଇ, ଘଣ୍ଟି ବଜାଇ ପରସ୍ପର ପ୍ରତି କୃତଜ୍ଞତା ଜଣାନ୍ତୁ ଏବଂ ଏହି ଭୂତାଣୁର ମୁକାବିଲା ଲାଗି ଏକଜୁଟତା  ଦେଖାନ୍ତୁ।

ପ୍ରଧାନମନ୍ତ୍ରୀ ମୋଦୀ ସାମାଜିକ ଭାବେ ଦୂରତା ବଜାୟ ରଖିବା ଉପରେ ଜୋର୍ ଦେଇ କହିଥିଲେ ଯେ, ଦେଶବାସୀ ଅତି ଜରୁରୀ ନହେଲେ ପଦାକୁ ବାହାରିବାରୁ ନିବୃତ୍ତ ରୁହନ୍ତୁ।

   Related Posts