Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ଦିନକ ପରେ ବିଧାନସଭା-ନାହିଁ ପ୍ରଶ୍ନକାଳ , ବଜେଟ ଉପରେ ଆଲୋଚନା ୩ଦିନ : ବିରୋଧୀ କହିଲେ ତଥାପି ଆମେ କରିବୁ ପ୍ରଶ୍ନ, ଉଠାଇବୁ ପ୍ରସଙ୍ଗ

18/11/2020 at 2:05 PM

ଭୁବନେଶ୍ୱର ୧୮।୧୧: ବିଧାନସଭା ଶୀତ ଅଧିବେଶନ ପୂର୍ବରୁ ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି । ଗୃହ ସୁପରିଚାଳନା ପାଇଁ ସହମତି ପ୍ରକାଶ ପାଇଛି । ପ୍ରଥମ ଦିନ ଶୋକ ପ୍ରସ୍ତାବ ପରେ ଗୃହ ପ୍ରଥମାର୍ଦ୍ଦ ବନ୍ଦ ରହିବ, ଏବଂ  ଦିନ ୩ଟା ପରେ ଗୃହ କାର୍ଯ୍ୟ ଚାଲିବ । ତେବେ  ଏଥର ବିଧାନସଭାରେ ପ୍ରଶ୍ନକାଳ ରହିବନି ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । କିନ୍ତୁ ପ୍ରଶ୍ନକାଳ ବାତିଲକୁ ବିରୋଧ କରିଛନ୍ତି ବିରୋଧୀ । ରାଜ୍ୟରେ ଅନେକ ପ୍ରସଙ୍ଗ ରହିଛି , ଯାହାକି ବିଧାନସଭାରେ ଉଠିବ ବୋଲି ବିରୋଧୀ କହିଛନ୍ତି ।

ଆଗକୁ ହେବାକୁ ଥିବା ବିଧାନସଭାର ଶୀତ ଅଧିବେଶନ କୋଭିଡ ଗାଇଡ଼ଲାଇନ ଅନୁସାରେ ଚାଲିବ। ଦିନକୁ ସାଢ଼େ ଚାରି ଘଣ୍ଟା ଚାଲିବ ବିଧାନସଭା। କୋଭିଡ ପରିସ୍ଥିତି ପାଇଁ ଷ୍ଟାର ପ୍ରଶ୍ନ ବନ୍ଦ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ସେହିପରି ୨୦ ତାରିଖରେ ଅତିରିକ୍ତ ବଜେଟ ଉପସ୍ଥାପିତ ହେବ। । ବଜେଟ୍ ପ୍ରସ୍ତାବ ଉପରେ ୩ ଦିନ ଧରି ଚାଲିବ ଆଲୋଚନା ହେବ । କୋଭିଡ ସ୍ଥିତିକୁ ଦେଖି ବିଧାୟକ ମାନଙ୍କର ବସିବ ସ୍ଥାନ ନିରୂପଣ କରାଯାଇଛି। ବରିଷ୍ଠ ବିଧାୟକ ମାନେ ଚାହିଁଲେ ଭିଡ଼ିଓ କଂଫେରେନ୍ସିଂ ମାଧ୍ୟମରେ ଯୋଗଦେଇପାରିବେ ।  ସଦସ୍ୟ ମାନଙ୍କ ବ୍ୟତୀତ ଲବିକୁ ଅନ୍ୟମାନଙ୍କୁ ଯିବା ଉପରେ କଟକଣା ଲାଗିଛି । ଦିନ ୧୦.୩୦ରୁ ୧ଟା ଓ ୩ଟାରୁ ୫ଟା ପ୍ରତିଦିନ ଗୃହ କାର୍ଯ୍ୟ ଚାଲିବ । ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତ ଅଧିବେଶନ ।

ତେବେ ପ୍ରଶ୍ନକାଳ ବାତିଲକୁ ବିରୋଧ କରିଛନ୍ତି ବିରୋଧୀ ଦଳମାନେ । ସର୍ବଦଳୀୟ ବୈଠକ ପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନଏକଙ୍କ କହିଛନ୍ତି ଯେ,  ପ୍ରଶ୍ନକାଳ ବାତିଲକୁ ଆମେ ବିରୋଧ କରୁଛୁ। ପିଇବା ପାଣି ସମସ୍ୟା ଡାକ୍ତର ଅଭାବ ଶିକ୍ଷକ ଅଭାବ, ସୀମା ବିବାଦ, ଆଇନ ଶୃଙ୍ଖଳା ପରିସ୍ଥିତି , ବିଜୁଳି ଦର ବୃଦ୍ଧି, ଏକାମ୍ର କାନନ ଜମି ହସ୍ତାନ୍ତର ଆଦି ଅନେକ ପ୍ରସଙ୍ଗ ଗୃହରେ ଉଠିବ। ସେହିପରି ପ୍ରଶ୍ନକାଳ ବାତିଲକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ବିରୋଧ କରିଛନ୍ତି । ରାଜ୍ୟରେ ଧାନ କିଣାରେ ଅବ୍ୟବସ୍ଥା, ବିଜୁଳି ଦର ବୃଦ୍ଧି, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ବେକାରୀ ସମସ୍ୟା, ନିଶା କାରବାର, କୋଭିଡ ଦୁର୍ନୀତି ଆଦି ପ୍ରସଙ୍ଗ ରହିଛି । ତେଣୁ ଏସବୁ ପ୍ରସଙ୍ଗକୁ କଂଗ୍ରେସ ଗୃହରେ ଉଠାଇବ।

   Related Posts