Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ଡିସେମ୍ବର ୧ରୁ ବସିବ ବିଧାନସଭା, ଆଜି ସର୍ବଦଳୀୟ ବୈଠକ

29/11/2021 at 7:35 AM

ଭୁବନେଶ୍ୱର ୨୯।୧୧ : ଡିସେମ୍ବର ୧ ରୁ ବସିବ ବିଧାନସଭାର ଶୀତକାଳୀନ ଅଧିବେଶନ । କୋଭିଡ୍ କଟକଣାରେ ଚାଲିବ ଗୃହ । ବିଧାନସଭା କେତେ ସମୟ ଚାଲିବ, ଗୃହରେ ବିଧାୟକଙ୍କ ଆଚରଣ ଏବଂ ଉଚାରଣା କିଭଳି ରହିବ ସେ ସଂପର୍କରେ ଆଲୋଚନା ପାଇଁ ଆଜି ବସିବ ସର୍ବଦଳୀୟ ବୈଠକ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ ।

ପ୍ରଶ୍ନକାଳ ଏବଂ ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ କୌଣସି ସଦସ୍ୟ ଗୃହରେ ହୋହଲ୍ଲା କରିପାରିବେ ନାହିଁ ବୋଲି ପୂର୍ବରୁ ବାଚସ୍ପତି ସୂଚନା ଦେଇସାରିଛନ୍ତି । ତେଣୁ ସେହି ପ୍ରସଙ୍ଗ ମଧ୍ୟ ସର୍ବଦଳୀୟ ବୈଠକରେ ବାଚସ୍ପତି ଉଠାଇବେ । ସେପଟେ ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ ବିଧାୟିକା,କର୍ମଚାରୀ, ପିଏସଓ, ଡ୍ରାଇଭରଙ୍କ ସହ ବିଧାନସଭା ଆସିବାକୁ ଥିବା ସମସ୍ତଙ୍କର କରୋନା ଟେଷ୍ଟ କରାଯାଉଛି । ଆଜି ଦ୍ବିତୀୟ ଦିନରେ ଏହି ଟେଷ୍ଟ କରାଯିବ । ମୋଟ ୩ ଦିନ ଧରି ଟେଷ୍ଟ ଚାଲିବ କରୋନା ଟେଷ୍ଟ ।

   Related Posts