ଚୀନ୍ ପ୍ରସଙ୍ଗରେ ଆଜି ସର୍ବଦଳୀୟ ବୈଠକ, ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତାରେ ବସିବ ବୈଠକ

Published By : Prameya-News7 Bureau | June 19, 2020 IST

ନୂଆଦିଲ୍ଲୀ ୧୯।୦୬:  ଚୀନ  ସୀମାରେ ଉତ୍ତେଜନା , ସୀମା ବିବାଦ  ଓ   ଗଲୱାନ ଘାଟିରେ ଚୀନ  ସୈନ୍ୟଙ୍କ  ଆକ୍ରମଣ ରେ  ୨୦ ଭାରତୀୟ ଯବାନ ସହିଦ ହେବା ଘଟଣାକୁ ନେଇ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ ।   ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଯୋଗଦେବାକୁ  ଦେଶର ପ୍ରମୁଖ ରାଜନୈତିକ ଦଳଗୁଡିକୁ ଆମନ୍ତ୍ରଣ କରିଛନ୍ତି  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।   ସଂସଦରେ  ୫ରୁ ଅଧିକ ପ୍ରତିନିଧିତ୍ବ ଥିବା ଦଳ ଗୁଡିକର ମୁଖ୍ୟ ମାନେ ଆଜିର ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଯୋଗେ ଦେବେ ।  ତେବେ ଆମ ଆଦମି  ପାର୍ଟିର ୫ଜଣ ସାଂସଦଙ୍କ ପ୍ରତିନିଧିତ୍ବ ନଥିବାରୁ ସର୍ବଦଳୀୟ ବୈଠକରେ ଆପକୁ ନିମନ୍ତ୍ରଣ ଦିଆଯାଇନି  ।

ଆଜିର ବୈଠକରେ ବିଶେଷ ଭାବେ ଚୀନ ସୀମାରେ ଉପୁଯିଥିବା ଯୁଦ୍ଧ ଭଳି ସ୍ଥିତି ନେଇ ବିସ୍ତୁତ ଆଲୋତନା ହେବା । ଆଜିର ସର୍ବଦଳୀୟ ବୈଠକରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି , ସିବସେନା ମୁଖ୍ୟ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ,ଟିଆରଏସ ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ  କେ ଚନ୍ଦ୍ର ଶେଖର ରାଓ , ବିଜେଡି ସୁପ୍ରମୋ  ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ଏଲଜେପି ମୁଖ୍ୟ ଚିରାଗ ପାସୱାନ,ସିପିଆଇଏମ ସାଧାରଣ  ସମ୍ପାଦକ ସୀଚାରାମ ୟଚୁରୀ ,ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ, , ପଶ୍ଟିମବଙ୍ଗ ମୁଖ୍ୟମନ୍ତ୍ରୀ  ମମତା ବାନାର୍ଜୀ ,ବିହାର ମୁଖ୍ୟମନ୍ତ୍ରୀ  ନୀତିଶ କୁମାର ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଗତ ସୋମବାର ରାତିରେ ଗଲବାନ ଘାଟିରେ ଚୀନ୍ ସେନାଙ୍କ ଆକ୍ରମଣରେ ଜଣେ କର୍ଣ୍ଣେଲ ସମେତ ଭାରତୀୟ ସେନାର ୨୦ ଜଣ ଜବାନ ସହିଦ ହୋଇଥିଲେ। ଘଟଣା ପରଠାରୁ ସୀମାରେ ଉତ୍ତେଜନାମୂଳକ ପରିସ୍ଥିତି ଜାରି ଥିବା ବେଳେ ପ୍ରଧାନମନ୍ତ୍ରୀ ସ୍ଥିତିର ସମୀକ୍ଷା କରିଛନ୍ତି। ଘଟଣା ପରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ ଓ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ଉଭୟ ଦେଶ ମଧ୍ୟରେ ଏବେ ବି ସୀମାରେ ଉତ୍ତେଜନା ଲାଗିରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.