Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ବିଧାନସଭାରେ ଥମୁନି ମମିତା ତାତି, ବାଚସ୍ପତି ପୁଣି ଡାକିଲେ ସର୍ବଦଳୀୟ ବୈଠକ

8/12/2021 at 12:13 PM

ଭୁବନେଶ୍ୱର ୦୮।୧୨: ବିଧାନସଭାରେ ଥମୁନି ମମିତା ତାତି । ଗୃହରେ ଅଚଳାବସ୍ଥା ଜାରି ରହିଛି । ଗୃହର ସୁପରିଚାଳନା ପାଇଁ ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ ।

ଖବର ଅନୁଯାୟୀ,  ମମିତା ମେହେର ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଗତ ୬ ଦିନ ହେଲା ଚାଲିପାରୁ ନାହିଁ ଗୃହ। ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିରୋଧୀ ଓ ଶାସକ ଦଳଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ହଟ୍ଟଗୋଳ । ଯେଉଁଥିଲାଗି ବାଚସ୍ପତି ପ୍ରଥମେ ଗୃହକୁ ସାଢେ ୧୧ଟା ଯାଏଁ ମୁଲତବୀ ରଖିଥିଲେ । ମୁଲତବୀ ପରେ ଗୃହ କାର୍ଯ୍ୟ ଆରମ୍ଭ ମାତ୍ରେ ପୁଣି ଦେଖାଦେଇଥିଲା ହଟ୍ଟଗୋଳ ।  ଗୋବିନ୍ଦ ସାହୁ ଫଟୋ ଦେଖାଇ ଘଣ୍ଟ ବାଡେଇଲା ବିଜେପି। ବାଚସ୍ପତିଙ୍କ ଉପରକୁ ପ୍ଲାକାର୍ଡ ଓ କଳା ଗାମୁଛା ପକାଇଲେ ବିଜେପି ସଦସ୍ୟ। କଂଗ୍ରେସ ମଧ୍ୟ ପ୍ଲାକାର୍ଡ ଦେଖାଇ ଜୋରଦାର ପ୍ରତିବାଦ କରିଛି। ହୋହାଲ୍ଲା ଯୋଗୁଁ ପୁଣି ୩୦ ମିନିଟ୍ ଗୃହକୁ ମୁଲତବି ରଖିଲେ ବାଚସ୍ପତି। ଗୃହକୁ ମୁଲତବି ରଖି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି।

ସେହିପରି ମଙ୍ଗଳବାର ବାଚସ୍ପତି ଡାକିଥିବା ସର୍ବଦଳୀୟ ବୈଠକକୁ ବିଜେପି ସଦସ୍ୟ ଆସିନଥିଲେ । ଯେଉଁଥି ଲାଗି କୌଣସି ପ୍ରକାର ନିଷ୍ପତ୍ତି ବାହାରିପାରିନାହିଁ।

   Related Posts