Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ବିଧାନସଭାକୁ ଶୃଙ୍ଖଳିତ ଭାବେ ଚଳାଇବା ପାଇଁ ବାଚସ୍ପତିଙ୍କ ନୂଆ ଫଣ୍ଡା : ବିଧାନସଭା ବସିବା ପୂର୍ବରୁ ବାଚସ୍ପତି ଡାକିଛନ୍ତି ସର୍ବଦଳୀୟ ବୈଠକ

14/06/2019 at 6:14 PM

ଭୁବନେଶ୍ୱର  (ଲକ୍ଷ୍ମୀଧର ମହାପାତ୍ର) ୧୪/୬ : ଜୁନ ୨୫ ତାରିଖରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ । ବିଧାନସଭାକୁ ଶୃଙ୍ଖଳାରେ ସହିତ ଚଳାଇବା ପାଇଁ ବାଚସ୍ପତି ଡାକିଛନ୍ତି ସର୍ବଦଳୀୟ ବୈଠକ । ଆସନ୍ତା ୨୪ ତାରିଖରେ ଏହି ବୈଠକ ବସିବ । ପ୍ରଥମଥର ଲାଗି ଏଭଳି  ନୂଆ ପରମ୍ପରା ସୃଷ୍ଟି କରିବାକୁ ଯାଉଛନ୍ତି ବାଚସ୍ପତି। ସଂସଦୀୟ ଢ଼ଙ୍ଗରେ  ବିଧାନସଭା ଚଳାଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ବାଚସ୍ପତି ଏଭଳି ପ୍ରୟାସକୁ ବିରୋଧୀ ଦଳ ମାନେ ସ୍ବାଗତ କରିଛନ୍ତି.. 

୨୫ ତାରିଖରେ ଆରମ୍ଭ ହେବ ବିଧାନସଭା । ଚିଳିତ ବିଧାନସଭାକୁ ଶୃଙ୍ଖଳିତ ଭାବେ ଚଳାଇବା ପାଇଁ ବାଚସ୍ପତିଙ୍କ ନୂଆ ଫଣ୍ଡା । ଏଥର ସଂସଦ ଷ୍ଟାଇଲରେ ଆରମ୍ଭ ହେବ ବିଧାନସଭା ଅଧିବେଶନ । ସଂସଦ ବସିବା ପୂର୍ବରୁ ଯେମିତି ସର୍ବଦଳୀୟ ବୈଠକ ବାଚସ୍ପତି ଡାକନ୍ତି ସେମିତି ଏଥର ବିଧାନସଭା ବସିବା ପୂର୍ବରୁ ବାଚସ୍ପତି ଡାକିଛନ୍ତି ସର୍ବଦଳୀୟ ବୈଠକ । ଆସନ୍ତା ୨୪ ତାରିଖ ଦିନ ବସିବ ସର୍ବଦଳୀୟ ବୈଠକ ।

ଏହି ବୈଠକକୁ ସମସ୍ତ ବିଧାୟକ ଦଳ ନେତାଙ୍କୁ ଡକାଯାଇଛି। ଏଥିରେ ଗୃହ କେମିତି ଶୃଙ୍ଖଳିତ ଭାବେ ପରିଚାଳନା ହେବ, ବିଭିନ୍ନ ପ୍ରସଙ୍ଗ ଉପରେ କେମିତି ଗୁଣାତ୍ମକ ଆଲୋଚନା ହୋଇପାରିବ, ସେନେଇ ଆଲୋଚନା ହେବା ସହ ଗୃହ ପରିଚାଳନା ନେଇ  ବିଧାୟକ ଦଳ ନେତାଙ୍କ ାରୁ ପରାମର୍ଶ ନିଆଯିବ ।   

ବିଧାନସଭା ବସିବା ପୂର୍ବରୁ ବାରମ୍ଭାର ବିରୋଧୀ ଦଳ ମାନେ ସର୍ବଦଳୀୟ ବୈଠକ ଡାକିବା​‌ ପାଇଁ ଦାବି କରି ଆସିଥୁଲେ । ହେଲେ ସେମାନଙ୍କ କଥା କେହି କର୍ଣ୍ଣପାତ କରୂନଥିଲେ । ଫଳରେ ବିରୋଧୀ ଗୃହରେ ବିଭିନ୍ନ ପ୍ରସଙ୍ଗ ଉଠାଇ ହୋହଲ୍ଲା କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରନ୍ତି । ଯେଉଁଥିପାଇଁ ବିଧାନସଭାକାର୍ଯ୍ୟ ପ୍ରଭାବିତ ହୋଇଥାଏ ।

ଗୋଟିଏ ଗୋଟିଏ ଇସ୍ୟୁରେ ବିଧାନସଭା ଅଧିବେଶନ ବିରୋଧୀଙ୍କ ହୋହଲ୍ଲା ଓ ନାରାବାଜି ପାଇଁ ବାରମ୍ବାର ମୁଲତବୀ ହୋଇ ସରିଯାଏ । ଫଳରେ ସାଧାରଣ ଲୋକଙ୍କ  ଅନେକ ଗୁରୁତ୍ବପୂର୍ଣ୍ଣ  ପ୍ରସଙ୍ଗ ବିଧାନସଭା ଫ୍ଲୋରକୁ ଆସିପାରେନି। ଏବେ ବାଚସ୍ପତି ଏଭଳି ସଙ୍କଟକୁ ଟାଳିବାକୁ ଉଦ୍ୟମ କରିଛନ୍ତି । ଯାହାକୁ ବିରୋଧୀ ଦଳ ବିଧାୟମାନେ ସ୍ବାଗତ କରିଛନ୍ତି । ବହୁଦିନ ପରେ ଗୋଟିଏ ଭଲ ପରମ୍ପରା ଆରମ୍ଭ ହୋଇଛି ବୋଲି କହିଛନ୍ତି ବିରୋଧୀ ।

ଆସନ୍ତା ସେପ୍ଟେମ୍ବର ମାସରେ ନବ ନିର୍ବାଚିତ ୬୩ ଜଣ ବିଧାୟକଙ୍କୁ ତାଲିମ ଦିଆଯିବ। ଏହା ସହିତ ଇ ବିଧାନସଭା ଖୁବଶୀଘ୍ର ହେବ। ଏନେଇ ପ୍ରାଥମିକ ରିପୋର୍ଟ ପ୍ରସ୍ତୁତ କରିବାକୁ ବିଧାନସଭା ଟିମକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି

   Related Posts