ପ୍ରାର୍ଥୀମାନେ ନିଜ ନିଜ ଅପରାଧିକ ରେକର୍ଡକୁ ଅତି କମରେ ୩ ଥର ଗଣମାଧ୍ୟମରେ ପ୍ରକାଶ କରିବେ
12/03/2019 at 1:58 PM

ନିର୍ବାଚନ ତାରିଖ ଘୋଷଣା ପରେ ପ୍ରଥମ ସର୍ବ ଦଳୀୟ ବୈଠକ ଡାକିଲେ ମୁଖ୍ୟ ନିର୍ବାଚନ ଅଧିକାରୀ । ପ୍ରାର୍ଥୀ ଏବଂ ଦଳ ନିର୍ବାଚନରେ କଣ କରିବେ, କଣ କରିବେ ନାହିଁ ସେନେଇ ଆଲୋଚନା କରୁଛନ୍ତି । ଚଳିତ ନିର୍ବାଚନ ପାଇଁ ଯେଉଁ ସବୁ ନୂଆ ନିୟମ ଅଣାଯାଇଛି ତାହା କେମିତି କଡାକଡି ଲାଗୁ ହେବ ଏବଂ ରାଜନୈତିକ ଦଳ ଗୁଡିକ ସେସବୁକୁ କିପରି ଅନୁକରଣ କରିବେ ସନେଇ ଆଲୋଚନା କରୁଛନ୍ତି ନିର୍ବାଚନ ଅଧିକାରୀ ।
ନୂଆ ନିୟମ ଗୁଡିକ ମଧ୍ୟରେ ରହିଛି – ଆଗରୁ ବର୍ଷକର ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ କରିବାକୁ ପଡୁଥିଲା ଏବେ ୫ ବର୍ଷର ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ କରିବାକୁ ପଡିବ । ପ୍ରାର୍ଥୀମାନେ ନିଜ ନିଜ ଅପରାଧିକ ରେକର୍ଡକୁ ଅତି କମ୍ରେ ୩ ଥର ଗଣମାଧ୍ୟମରେ ପ୍ରକାଶ କରିବେ ।ବୈଠକ ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ପ୍ରତିକ୍ରିୟା ଦେଇଛନ୍ତି ।
ଶୃଂଖଳିତ ପରିଚାଳନା ନେଇ ସବୁ ଦଳ ସହ ଆଲୋଚନା କରିଛୁ ।ଇଭିଏମ୍, ଭିଭିପାଟେ ମେସିନ, ସୁରକ୍ଷା ବ୍ୟବସ୍ଥା ଉପରେ ଅବଗତ କରାଇଛୁ ।ନୂଆ ନିୟମ ନେଇ ମଧ୍ୟ ଅବଗତ କରାଇଛୁ ।ଫର୍ମ-୨୬ରେ ଅନେକ ପରିବର୍ତ୍ତନ କରାଯାଇଛି ।ସେଥିରେ ପ୍ୟାନ୍ କାର୍ଡ ଦେବାକୁ ବାଧ୍ୟତାମୂଳକ କରାଯାଇଛି ।ପ୍ୟାନ୍ କାର୍ଡ ନଥିଲେ ତାହେଲେ ଷ୍ଟାଟସ୍ ଜଣାଇବେ ।ଇନକମ୍ ଟ୍ୟାକ୍ସ ବିଭାଗର ଟୋଲ ଫ୍ରି ନମ୍ବର ଜାରି କରାଯାଇଛି ।ଯଦି କେଉଁ ପ୍ରାର୍ଥୀଙ୍କ ଇନକମ୍ ବିଷୟରେ ଖବର ଥିଲେ ଟୋଲ ଫ୍ରି ନମ୍ବରରେ ଜଣାଇ ପାରିବେ ।ଭୋଟରଙ୍କ ପାଇଁ ମଧ୍ୟ ହେଲ୍ପ ଲାଇନ ନମ୍ବର-୧୯୫୦ ଜାରି କରାଯାଇଛି ।
ନୂଆ ନିୟମ ଅନୁସାରେ Assistant Expenditure Observor ନିଯୁକ୍ତ କରାଯାଇଛି ।ଏମାନେ Shadow Account ପରିଚାଳନା କରିବେ ।୫ ବର୍ଷର ଆଇଟି ରିଟର୍ଣ୍ଣ କରିବା ବାଧ୍ୟତାମୂଳକ ହୋଇଛି ।ନକରିପାରିଲେ ଲିଖିତ ଆକାରରେ ଦେବେ ।ନାମାଙ୍କନ ପତ୍ର ଦାଖଲଠାରୁ ପ୍ରଚାର ଶେଷ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନିଜ ନିଜ ଅପରାଧିକ ରେକର୍ଡକୁ ଅତି କମ୍ରେ ୩ ଥର ଗଣମାଧ୍ୟମରେ ପ୍ରକାଶ କରିବେ ।
ସୋସିଆଲ ମିଡିଆ ଅପ ବ୍ୟବହାର ନେଇ ଏକ ଟିମ୍ ମନିଟରିଂ କରିବ ।ଆଚରଣ ବିଧି ଉଲ୍ଲଂଘନ ନେଇ ତୁରନ୍ତ ଅନୁଧ୍ୟାନ ପାଇଁ ବ୍ୟବସ୍ଥା ହୋଇଛି । ପ୍ରଥମ ଥର ପାଇଁ ଏଥର ବାଲଟ୍ ୟୁନିଟରେ ପ୍ରାର୍ଥୀଙ୍କ ଫଟୋ ରହିବ । ମାଓ ଉପଦ୍ରବ ଅଞ୍ଚଳରେ ଗତଥର ଭଳି ଏଥର ମଧ୍ୟ ଚପର୍ ବ୍ୟବହାର କରାଯିବ ।ଭୋଟିଂ ସମୟକୁ ଅଲଗା କରିବାକୁ ଚିନ୍ତା କରାଯାଉଛି ।
ସେହିଭଳି ରାଜନୈତିକ ଦଳର ପ୍ରତିନିଧିମାନେ ନିଜ ନିଜ ଅଭିଯୋଗ ଉପସ୍ଥାପନ କରିଥିଲେ । ବିଭିନ୍ନ ବୁଥରେ ଅନେକ ଭୋଟରଙ୍କ ନାଁ ଭୋଟର ତାଲିକାରେ ନଥିବା କଂଗ୍ରେସ ଅଭିଯୋଗ କରିଥିବାବେଳେ ବିଜେଡି ୪ ପର୍ଯ୍ୟାୟ ନିର୍ବାଚନ ନେଇ ଆପତ୍ତି ଉଠାଇଛି । ସେହିଭଳି ଜିଲ୍ଲାସ୍ତରରେ ୩ବର୍ଷରୁ ଅଧିକ ଦନ ଗୋଟିଏ ସ୍ଥାନରେ ରହିଥିବା ଅଧିକାରୀଙ୍କୁ ବଦଳି ପାଇଁ ବିଜେପି ଦାବି କରିଥିଲା ।