ସରିଲା ସର୍ବଦଳୀୟ ବୈଠକ, ଗୃହ ସୁପରିଚାଳନା ପାଇଁ ସହଯୋଗ ଲୋଡିଲେ ବାଚସ୍ପତି

Published By : Prameya-News7 Bureau | June 24, 2019 IST

ଭୁବନେଶ୍ବର ୨୪|୬: ଆସନ୍ତାକାଲିଠାରୁ ବିଧାନସଭା ବଜେଟ୍ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ବସିଛି । ଗୃହ ସୁପରିଚାଳନା ପାଇଁ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ବାଚସ୍ପତି । ବୈଠକ ପରେ ବିଜେପି ନେତା ଜୟନାରାୟଣ ମିଶ୍ର ପ୍ରତିକ୍ରିୟା ରଖି କହିଛନ୍ତି ଗୃହ ପରିଚାଳନାରେ ବିଜେପି ସହଯୋଗ କରିବ । ରାଜ୍ୟ ସ୍ବାର୍ଥକୁ ନେଇ ଗୃହରେ ପ୍ରସଙ୍ଗ ଉଠାଇବ ବିଜେପି । ବାତ୍ୟା ଫୋନି କ୍ଷୟକ୍ଷତି ପ୍ରସଙ୍ଗ ଧାନର ଅଭାବ ବିକ୍ରି, ଆଇନ ଶୃଙ୍ଖଳା ପ୍ରମୁଖ ମୁଦ୍ଦା ଉଠିବ ।  ପ୍ରତିଦିନ ଗୋଟିଏ ବଦଳରେ ୨ ଟି ପ୍ରସଙ୍ଗ ମୁଲତବି ଆକାରରେ ଆଣିବା ପାଇଁ ଦାବି କରିଛି ବିଜେପି ।

ସେପଟେ ଗୃହ କାର୍ଯ୍ୟ ଠିକ ଚାଲିବା ନେଇ ସବୁ ଦଳ ନେତାଙ୍କ ସହ ଆଲୋଚନା ହୋଇଥିବା ବାଚସ୍ପତି କହିଛନ୍ତି । ବିଜେପି ଆଣିଥିବା ୨ଟି ମୁଲତବୀ ପ୍ରସ୍ତାବ ନେଇ ଆଣିଥିବା ଦାବି ଉପରେ ଗୁରୁତ୍ବ ଦିଆଯିବ ବୋଲି ବାଚସ୍ପତି କହିଛନ୍ତି । ବୈଠକରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର, ବିଜେଡି ବିଧାୟକ ଜୟନାରାୟଣ ମିଶ୍ର, ପ୍ରଦୀପ୍ତ ନାଏକ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଜେଡି ବିଧାୟକ ଦେବୀ ପ୍ରକାଶ ମିଶ୍ର ଓ ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ଆସନ୍ତାକାଲିଠୁ ଆରମ୍ଭ ହେଉଥିବା ଷୋଡ଼ଶ ବିଧାନସଭାର ବଜେଟ୍ ଅଧିବେଶନ  ୨ଟି ପର୍ଯ୍ୟାୟରେ ଜୁନ୍ ୨୫ ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଚାଲିବ  । ପ୍ରଥମ ପର୍ଯ୍ୟାୟ ଜୁନ୍ ୨୫ରୁ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ବିତୀୟ ପର୍ଯ୍ୟାୟ ଚାଲିବ ଜୁଲାଇ ୧୨ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ । ଜୁନ୍ ୨୮ରେ ୨୦୧୯-୨୦ ବର୍ଷ ଲାଗି ବଜେଟ୍ ଉପସ୍ଥାପନ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.