୩୦ରେ ସର୍ବଦଳୀୟ ବୈଠକ, ବଜେଟ୍ ପୂର୍ବ ଗୁରୁତ୍ତ୍ୱପୂର୍ଣ ବୈଠକରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | January 20, 2021 IST

ନୂଆଦିଲ୍ଲୀ, ୨୦/୦୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୩୦ ତାରିଖରେ ବସିବାକୁ ଥିବା ସର୍ବଦଳୀୟ ବୈଠକରେ ଅଧ୍ୟକ୍ଷତା କରିବେ । ଫେବୃଆରୀ ୧ରେ ସଂସଦରେ ବଜେଟ୍ ଉପସ୍ଥାପିତ ହେବ । ଏହା ପୂର୍ବରୁ ସର୍ବଦଳୀୟ ବୈଠକ ଡକାଯାଇଛି । ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି ବୈଠକ କରାଯିବା ନେଇ ସୂଚନା ମିଳିଛି । ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ , ଥାୱାର ଚାନ୍ଦ ଗହଲଟ, ପିୟୁଷ ଗୋୟଲ୍, ପ୍ରହ୍ଲାଦ ଯୋଶୀ, ଅର୍ଜୁନ ମେଘୱାଲ ଏବଂ ମୁରଲୀଧରନ୍ ଯୋଗଦେବେ । ସର୍ବଦଳୀୟ ବୈଠକ ଛଡ଼ା ଏନ୍‌ଡିଏ ମେଣ୍ଟର ବୈଠକ ମଧ୍ୟ ଏହି ଦିନ ଅନୁଷ୍ଠିତ ହେବ ।

ଏହି ବଜେଟ୍ ଅଧିବେଶନ ୨୯ ଜାନୁଆରୀରୁ ଆରମ୍ଭ ହୋଇ ଦୁଇଟି ପର୍ଯ୍ୟାୟରେ ଏପ୍ରିଲ୍ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ୧ ଫେବୃଆରୀରେ ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ବଜେଟ୍ ଉପସ୍ଥାପନ କରାଯିବ । ଏହାର ପ୍ରଥମ ପର୍ଯ୍ୟାୟ ୨୯ ଜାନୁଆରୀରୁ ଆରମ୍ଭ ହୋଇ ୧୫ ଫେବୃଆରୀରେ ଶେଷ ହେବ ଏବଂ ଦ୍ୱିତୀୟ ପ୍ରର୍ଯ୍ୟାୟ ମାର୍ଚ୍ଚ ୮ରୁ ଆରମ୍ଭ ହୋଇ ଏପ୍ରିଲ୍ ୮ ପର୍ଯ୍ୟନ୍ତ ଚାଲିବ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୯ ଜାନୁଆରୀ ସକାଳ ୧୧ଟାରେ ସଂସଦର ଦୁଇ ସଦନ ଲୋକସଭା ଏବଂ ରାଜ୍ୟ ସଭାକୁ ସମ୍ୱୋଦ୍ଧିତ କରିବେ । ବଜେଟ୍କୁ ପ୍ରଥମ ଫେବୃଆରୀର ସକାଳ ୧୧ଟା ସମୟରେ ଉପସ୍ଥାପନ କରାଯିବ ।

ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଜେଟ୍କୁ ନେଇ ବଡ଼ ବଡ଼ ଅର୍ଥନୀତିଜ୍ଞ ଏବଂ ବିଭିନ୍ନ କ୍ଷେତ୍ରର ଏକ୍ସପର୍ଟଙ୍କ ସହ ଆଲୋଚନା କରିଥିଲେ । ଏହି ବୈଠକର ଆୟୋଜନ ନୀତି ଆୟୋଗ କରିଥିଲା । ବୈଠକରେ କରୋନା ସମୟରେ ଅର୍ଥନୀତିର ଏଜେଣ୍ଡାକୁ ନେଇ ଚର୍ଚ୍ଚା ହୋଇଥିଲା । ଅର୍ଥବ୍ୟବସ୍ଥାରେ ଧିରେ ଧିରେ ସୁଧାର ଆସୁଥିବା ସମସ୍ତ ସଦସ୍ୟ କହିଥିଲେ । ଏଥିରେ ଘରୋଇ କରଣ ଏବଂ ବିନିର୍ମାଣ ଉଦ୍ୟୋଗକୁ ଆଗକୁ ବଢ଼ାଇବା ପାଇଁ ଅର୍ଥନୀତିଜ୍ଞମାନେ ମତ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.