Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦିଲ୍ଲୀରେ ସର୍ବଦଳୀୟ ବୈଠକ ଆରମ୍ଭ : ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ

16/02/2019 at 11:08 AM

ଦିଲ୍ଲୀ ୧୬/୨ : ଦିଲ୍ଲୀରେ ସର୍ବ ଦଳୀୟ ବୈଠକ ଆରମ୍ଭ ହୋଇଛି | ସଂସଦର ଲାଇବ୍ରେରୀ ଭବନରେ ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି | କାଶ୍ମୀର ପୁଲବାମାରେ ଭୟଙ୍କର ବିସ୍ଫୋରଣରେ ସିଆରପିଏଫର ୪୨ ଜଣ ଯବାନ ସହିଦ ହୋଇଥିବା ଘଟଣାରେ ଆଜି ସର୍ବଦଳୀୟ ବୈଠକ ଡକା ଯାଇଛି | ସର୍ବଦଳୀୟ ବୈଠକ ପୂର୍ବରୁ ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ବାସଭବନରେ ଏକ ବୈଠକ ଡକା ଯାଇଥିଲା | ବୈଠକରେ ଗୃହ ସଚିବ ରାଜୀବ ବାବାଙ୍କ ସହ ଗୃହ ମନ୍ତ୍ରାଳୟର ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ |

   Related Posts