Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ନେତାମୟ ରାଜଧାନୀ: କେଉଁ ନେତା କେଉଁ ଦଳୀୟ କାର୍ଯ୍ୟାଳୟକୁ ଆଜି ଯାଇଥିଲେ ଜାଣନ୍ତୁ ପୂରା ଖବର

14/03/2019 at 6:50 PM

ଭୁବନେଶ୍ବର ୧୪|୩: ରାଜଧାନୀରେ ଏବେ ଯୁଆଡ଼େ ଦେଖ ସିଆଡ଼େ ଖାଲି ନେତାଙ୍କୁ ଦେଖିବାକୁ ମିଳୁଛି । ତିନିଟା ଯାଗାରେ ଏବେ ନେତାଙ୍କ ବେଶୀ ଭିଡ଼ ଜମୁଛି । ଗୋଟେ ହେଲା ଏୟାରପୋର୍ଟ ଛକ, ମାଷ୍ଟର କ୍ୟାଣ୍ଟିନ୍‌ ଛକ ଆଉ ରାମମନ୍ଦିର ଛକ ।

ନେତାମୟ ରାଜଧାନୀଗଣତନ୍ତ୍ରର ମହାପର୍ବ ପୂର୍ବରୁ ସାରା ରାଜଧାନୀରେ ନେତାଙ୍କ ଭିଡ଼କୁ ଦେଖିଲେ ଲାଗୁଛି ଯେମିତି ଏଥର ନର୍ବାଚନୀ ପର୍ବଟା ଖୁବ୍‌ ଜମିବ । ନିର୍ବାଚନ ନେଇ ତାରିଖ ଘୋଷଣା ହେବା ପରଠୁ ଫିଲ୍ଡରେ ପଡ଼ିଥିବା ନେତା ଆଉ ସମ୍ଭାଳିବା ମୁଡ୍‌ରେ ନାହାନ୍ତି । ଟିକେଟ୍‌ ଘୋଷଣା ହୋଇନଥିବାରୁ ସବୁ ଦଳର ଆଶାୟୀ ପ୍ରାର୍ଥୀ ଏବେ ରାଜଧାନୀ ମୁହାଁ

ଖାଲି କ’ଣ ନେତା, ଅନେକ ସୋ-କଲଡ୍‌ ସମାଜସେବୀ, ବିଭିନ୍ନ ସଂଗଠନର ମୁଖିଆ ମଧ୍ୟ ପଇଁତରା ମାରୁଥିବାର ଦେଖିବାକୁ ମିଳୁଛି । ଆପଣ ଭାବୁଥିବେ ହଠାତ୍‌ ରାଜଧାନୀରେ ନେତା ଏମିତି ଭିଡ଼ ଜମାଇଛନ୍ତି କାହିଁକି ?  କାହିଁକି ନା’ ସମସ୍ତଙ୍କୁ ଦରକାର ଟିକେଟ୍‌ । ଟ୍ରେନ୍‌ ବସ୍‌ କି ଫିଲ୍ମ ଟିକେଟ୍‌ ନୁହେଁ । ଦରକାର ଦଳୀୟ ଟିକେଟ୍‌ । ଦଳୀୟ ସଂକେତରେ ନିର୍ବାଚନ ଲଢ଼ିବାକୁ ବିଧିବଦ୍ଧ ଅନୁମତି । ହେଲେ ଦଳର ହାଇକମାଣ୍ଡଙ୍କ କୋଟେରୀରେ ଏପର୍ଯ୍ୟନ୍ତ ଟିକେଟ୍‌ ଅଙ୍କ ଛିଣ୍ଡିପାରୁନି । ମାନେ ଫାଇନାଲ ହୋଇପାରିନି ପ୍ରାର୍ଥୀଙ୍କ ନାଁ

ସେଇଥି ପାଇଁ କିଏ ଦି ଦିନ ତ ଆଉ କିଏ ଚାରି ଦିନ ସମୟ ଗଡ଼ାଇଛନ୍ତି । ହେଲେ ଆଶାୟୀଙ୍କ ମନ କିନ୍ତୁ ବୋଲ ମାନୁନି । ଗଳି ପଶି ଛାମୁଙ୍କୁ ନିଜ କଥା ଟିକେ ଜଣେଇ ଦେବାକୁ ସେମାନେ ବ୍ୟସ୍ତ । ଜନତା ଦରବାର ଛାଡ଼ି ସିଧା ପହଞ୍ଚିଯାଉଛନ୍ତି ପାର୍ଟି ଦରବାରରେ

ଏୟାରପୋର୍ଟ ପାଖ ବିଜେଡି ଦରବାରରେ ନେତାଙ୍କ ଭିଡ଼ବେଶୀ । ଟିକେଟ୍‌ ଲବି ପାଇଁ ନବୀନ ନିବାସକୁ ଛୁଟିଛି ନେତାଙ୍କ ସୁଅ । ଗଲା କାଲି ଦକ୍ଷିଣ ଓଡ଼ିଶାର ଦଳୀୟ ନେତା ଗଡ଼ିଥିଲେ । ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ, କଂଗ୍ରେସରୁ ଆମଦାନୀ ହୋଇଥିବା ନେତା ତଥା ବ୍ରହ୍ମପୁର ପାଇଁ ଟିକେଟ୍‌ ଆଶାୟୀ ବିକ୍ରମ ପଣ୍ଡା, ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, କଂଗ୍ରେସରୁ ବିଜେଡି କ୍ୟାମ୍ପକୁ ଜମ୍ପ୍‌ ମାରିଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ  ଚନ୍ଦ୍ରଶେଖର ସାହୁଙ୍କ ଭଳି ହେଭିଓ୍ବେଟ୍‌ଙ୍କୁ ଦେଖିବାକୁ ମିଳିଥିଲା ।

ଆଜି ବି ସକାଳୁ ସକାଳୁ ନବୀନ ନିବାସକୁ ଲାଗିଥିଲା ନେତାଙ୍କ ଲମ୍ବାଧାଡ଼ି । ଭିଡ଼ ଭିତରେ ବିଜେଡିରୁ ନିଲମ୍ବିତ ନେତା ଦାମ ରାଉତଙ୍କ ପୁଅ ସମ୍ବିତ୍‌ ରାଉତଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ଯିଏ ଟିକେଟ୍‌ ପାଇଁ ନିଜ ଦାବି ଜଣାଇବାକୁ ପହଞ୍ଚିଥିଲେ । ସଂଧ୍ୟାରେ ସୌମ୍ୟ ରଞ୍ଜନ ପଟ୍ଟନାୟକ, ଚନ୍ଦ୍ରଶେଖର ସାହୁ, ନଗେନ୍ଦ୍ର ପ୍ରଧାନ, କିଶୋର ମହାନ୍ତି, ପ୍ରଶାନ୍ତ ନନ୍ଦ ପ୍ରମୁଖ ନେତାଙ୍କୁ ଦେଖିବାକୁ ମିଳିଛି ।

 ଖାଲି ଏୟାରପୋର୍ଟ ଛକ ନୁହେଁ ରାଜଧାନୀର ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ମଧ୍ୟ ନେତାଙ୍କ ଭିଡ଼ କିଛି କମ୍‌ ନଥିଲା । କଂଗ୍ରେସ ୧୫ ଲୋକସଭା ଓ ୧୦୫ ବିଧାନସଭା ଆସନ ପାଇଁ ଚୁଡ଼ାନ୍ତ ପ୍ରାର୍ଥୀ ତାଲିକା ୧୭ରେ ଘୋଷଣା କରିବ ବୋଲି ସୂଚନା ମିଳିଥିଲେ ମଧ୍ୟ କଂଗ୍ରେସ ଭବନରେ ଆଶାୟୀଙ୍କ ଠେଲାପେଲା ଖୁବ୍‌ ଜମିଥିଲା ।

ସେପେଟ ରାମମନ୍ଦିର ଛକରେ ମଧ୍ୟ  ଗାଡ଼ି ପୂରା ଜାମ୍‌ । ସେଠାରେ ଥିବା ବିଜେପି ପାର୍ଟି ଅଫିସରେ ଆଜି ଆରମ୍ଭ ହୋଇଯାଇଥିଲା ନେତାଙ୍କ ଠେଲାପେଲାଟିକେଟ୍‌ ଫାଇନାଲ ପୂର୍ବରୁ ବଳ କଷାକଷି ହୋଇ ପାଓ୍ବାର ଦେଖାଇବାକୁ ପଛାଉନଥିଲେ ନେତା । ବ୍ରଜରାଜନଗର ବିଧାୟିକା ରାଧାରାଣୀ ପଣ୍ଡାଙ୍କ ବିରୋଧରେ କିଛି କର୍ମୀ ନାରାବାଜି କରିବା ଦେଖିବାକୁ ମିଳିଥିଲା । ଭିଡ ଦେଖି ବିଜେପି ନେତୃବନ୍ଦ ଘୋଷଣା କରିଥିଲେ ରାଜ୍ୟକାର୍ଯ୍ୟାଳୟରେ କେହି ଭିଡ କରନ୍ତୁ ନାହିଁ । ନିର୍ବାଚନମଣ୍ଡଳିକୁ ଯାଇ ପ୍ରଚାର କାମରେ ଲାଗନ୍ତୁ । ଏସବୁ ଦେଖିବା ପରେ ଆମକୁ ଲାଗୁଛି ଯେମିତି ଏଥର ଗଣତନ୍ତ୍ରର ମହାପର୍ବଟା ଖୁବ୍‌ ଜମିବ । ମାନେ ନିର୍ବାଚନ ଯେତିକି ଯେତିକି ପାଖେଇବ ସେତିକି ନେତାଙ୍କ ନୂଆ ନୂଆ ଆକ୍ଟିଭିଟି ବି ଦେଖିବାକୁ ମିଳିବ ।

   Related Posts