ଆସନ୍ତାକାଲିଠୁ ଭୁବନେଶ୍ୱରରେ ଖୋଲିବ ପାର୍କ

Published By : Prameya-News7 Bureau | May 23, 2020 IST

ଭୁବନେଶ୍ୱର, ୨୩|୦୫: ରବିବାରଠୁ ଭୁବନେଶ୍ୱରରେ ସମସ୍ତ ପାର୍କ ଖୋଲିବ । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସାରା ଦେଶରେ କରୋନା ସଂକ୍ରମଣ ରୋକିବାକୁ ଲକାଡାଉନ୍ ଜାରି କରାଯାଇଥିଲା । ଲକଡାଉନ୍ ପାଇଁ ସମସ୍ତ ସର୍ବସାଧାରଣ ସ୍ଥାନ ଯଥା ପାର୍କ, ଜିମ୍, ସପିଂ ମଲ୍ ଆଦି ବନ୍ଦ ରହିଥିଲା । ତେବେ ରାଜ୍ୟରେ ଏବେ କରୋନା ସ୍ଥିତି ଧିରେଧିରେ ସୁଧୁରୁଛି । କେବଳ ପ୍ରବାସୀଫେରନ୍ତାଙ୍କୁ ଛାଡିଦେଲେ ଅନ୍ୟମାନଙ୍କଠାରେ ସେତେଟା କରୋନା କେସ୍ ଆସୁନାହିଁ । ଏହାକୁ ନଜରରେ ରଖି ଲକଡାଉନ୍ ୪ରେ ମଧ୍ୟ କଟକଣା କୋହଳ କରାଯାଇଥିଲା । ଏବେ ବିଏମସି ପକ୍ଷରୁ ରାଜଧାନୀରେ ରବିବାରଠାରୁ ପାର୍କ ଖୋଲିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଜ୍ଞପ୍ତି ଅନୁସାରେ, ସକାଳ ୭ରୁ ୧୦ଟା ଯାଏଁ ସମସ୍ତ ପାର୍କ ଖୋଲିବ । ତେବେ ପାର୍କରେ ସାମାଜିକ ଦୂରତା ଉପରେ ନଜର ରଖାଯିବ । ସେହିପରି ମାସ୍କ ପିନ୍ଧିବାକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.