Thursday, December 12, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା : ସଡ଼କରୁ ସଂସଦ ସବୁଠି ବିକ୍ଷୋଭ ଜାରି

ନୂଆଦିଲ୍ଲୀ ୦୩।୧୨: ହାଇଦ୍ରାବାଦ ଭେଟରେନାରୀ ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲା ନେଇ ସାରା ଦେଶରେ ଆଲୋଡ଼ନ । ହାଇଦ୍ରାବାଦରୁ- ଦିଲ୍ଲୀ ଜନ୍ତରମନ୍ତର ଏବଂ ସଂସଦ ପର୍ଯ୍ୟନ୍ତ ଏହି ମାମଲାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଲୋକେ ଏହି ବର୍ବରକାଣ୍ଡ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି । ସଂସଦରୁ ସଡ଼କ ସବୁଠି ଏହି ଘଟଣା ପ୍ରତିବାଦରେ ତୀବ୍ର ସ୍ବର ଉତ୍ତୋଳନ ହୋଇଛି ।

ଦୋଷୀମାନଙ୍କୁ କଠୋରରୁ କଠୋରତମ ଦଣ୍ଡ ଦେବାପାଇଁ ଦାବି ହୋଇଛି । ଏପରିକି ଦୋଷୀ ମାନଙ୍କୁ କୋର୍ଟକୁ ନ ନେଇ ସେମାନଙ୍କୁ ସାଧାରଣ ଲୋକଙ୍କ ହାତରେ ବିଚାର ପାଇଁ ଛାଡ଼ିଦେବା ଆବଶ୍ୟକ ବୋଲି ଦାବି ଉଠିଛି । ଦିଲ୍ଲୀର ଜନ୍ତରମନ୍ତର ଠାରେ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ ହୋଇଛି । ହାଇଦ୍ରାବାଦରେ ମଧ୍ୟ ଘଟଣାକୁ ନେଇ ଜୋରଦାର ଆନ୍ଦୋଳନ ହୋଇଛି । ଦେଶବ୍ୟାପୀ ମହିଳାଙ୍କ ସୁରକ୍ଷା ନେଇ ଉଠିଛି ପ୍ରଶ୍ନ

148 Views

   ସମ୍ବନ୍ଧିତ ଖବର