ପାଟଣାଗଡ ଗମ୍ଭାରି ରାସ୍ତା ଦୁର୍ନୀତିର କେବେ ହେବ ତଦନ୍ତ ? ସବୁ ଅଧିକାରୀ ଓ ଠିକାଦରଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି

Published By : Prameya-News7 Bureau | June 30, 2019 IST

ବଲାଙ୍ଗିର ୩୦|୬: ପାଟଣାଗଡରେ ଜେଇଙ୍କୁ ଉଠବସ କରାଇବା ଘଟଣାରେ ଜେଲରେ ଅଛନ୍ତି ବିଧାୟକ । ଯେଉଁ ରାସ୍ତା କାମ ପାଇଁ ଏହି ସବୁ ଘଟଣା ଘଟିଲା । ସେହି ରାସ୍ତା କାମ ଦୁର୍ନୀତିକୁ ନେଇ ଏବେ ପ୍ରଶ୍ନ ଉଠୁଛି । ଦୁର୍ନୀତିକୁ ନେଇ ଏକ ସ୍ବତନ୍ତ୍ର ଟିମ୍ ତଦନ୍ତ ଆରମ୍ଭ କରିଥିବା ବେଳେ ଆଜି ଯାଏଁ କିନ୍ତୁ ହେଲାନି କାର୍ଯ୍ୟାନୁଷ୍ଠାନ ।

{"id":129161}

ପାଟଣାଗଡ ଜେଇଙ୍କୁ ଉଠବସ ଘଟଣାରେ ଜେଲ ଗଲେ ବିଧାୟକ । ହେଲେ କେବେ ହେବ ଗମ୍ଭାରି ଗାଁରେ ହୋଇଥିବା ୯ କୋଟି ଟଙ୍କାର ରାସ୍ତା ଦୁର୍ନିତିର ତଦନ୍ତ ?  ରାସ୍ତା କାମରେ ସଂପୃକ୍ତ ଥିବା ଅଧିକାରୀଙ୍କ ଉପରେ କେବେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଜେଇ ଜୟକାନ୍ତ ସବରଙ୍କ ନାଁରେ ରାସ୍ତା କାମରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। କିନ୍ତୁ ତଦନ୍ତ ଏବେ ବାଟ ବଣା ହେବାକୁ ବସିଲାଣି । ଲୋକଙ୍କ ମଧ୍ୟରେ ବି ବଢ଼ିଲାଣି ଅସନ୍ତୋଷ । ତଦନ୍ତ କାମ ଭିଜିଲାନ୍ସକୁ ଦେବା ସହିତ ତଳ ଠାରୁ ଉପର ଅଧିକାରୀଙ୍କ ଉପରେ କାର୍ଯ୍ୟାନୂଷ୍ଠାନ ପାଇଁ ଦାବି ହୋଇଛି ।

{"id":129162}

ସେପଟେ କାମ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କାହିଁକି ଜେଇ ତାହାର ତଦନ୍ତ ଠିକ ଭାବରେ ନ କରି ଠିକାଦାରଙ୍କୁ ପ୍ରଶ୍ରୟ ଦେଲେ ? ଜେଇଙ୍କୁ ଚାପୁଡା ମାରିଥିବା ନିର୍ବାହୀ ଯନ୍ତ୍ରୀଙ୍କ ଉପରେ ମଧ୍ୟ ସଙ୍ଗୀନ ଦଫା ଲଗାଇବା ସହ ଏଟ୍ରୋସିଟି ଆକ୍ଟ ଲାଗାଇବା ପାଇଁ ଦାବି କରିଛି ଆଦିବାସୀ କଲ୍ୟାଣ ସଂଘ । ଠିକାଦାରଙ୍କ ଠାରୁ ନିର୍ବାହୀ ଯନ୍ତ୍ରୀ ସମସ୍ତେ ତଦନ୍ତ ପରିସର ଭିତରକୁ ଆସିବା ଦରକାର ବୋଲି ଆଇନଜୀବୀ କହିଛନ୍ତି ।

{"id":129163}

ଦୀର୍ଘ ଦିନର ଆନ୍ଦୋଳନ ଓ ଦାବି ପରେ ଜେଲକୁ ଗଲେ ବିଧାୟକ। ହେଲେ ନା ହେଲା ରାସ୍ତା କାମର ତଦନ୍ତ , ଦୁର୍ନିତି କରିଥିବା ଅଧିକାରୀଙ୍କ ଉପରେ ନିଆଗଲା କାର୍ଯ୍ୟାନୂଷ୍ଠାନ। ଏବେ ପ୍ରଶ୍ନ ଉଠୁଛି ବିଧାୟକ ଜେଲ ଯିବା ପରେ ଜେଇ ଓ ନିର୍ବାହୀ ଯନ୍ତ୍ରୀଙ୍କୁ ମାଫ ଦେବେକି ପ୍ରଶାସନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.