Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଛତ୍ରପୁର ସବଡିଭିଜନର ସବୁ ଏନଏସିରେ ସଟ୍‌ଡାଉନ୍‌ , କାଲିଠାରୁ ୬ ଦିନ ଜାରି ରହିବ କଟକଣା

15/07/2020 at 1:32 PM

ଖଲ୍ଲିକୋଟ ୧୫।୦୭: ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି। ଏପରି ସ୍ଥିତିରେ ଛତ୍ରପୁର ସବଡିଭିଜନର ସବୁ ଏନଏସିରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୁରକ୍ଷା ଓ ସଂକ୍ରମଣ ରୋକିବା ପାଇଁ ଛତ୍ରପୁର ସବଡିଭିଜନର ସବୁ ଏନଏସିରେ ଆସନ୍ତାକାଲି ଠାରୁ ୬ ଦିନ ପାଇଁ ସଟ୍  ଡାଉନ୍ ଘୋଷଣା କରାଯାଇଛି।

ଛତ୍ରପୁର, ଖଲ୍ଲିକୋଟ,ରମ୍ଭା,ଗଞ୍ଜାମ, ପୁରୁଷୋତ୍ତମପୁର,କୋଦଳା, କବିସୂର୍ଯ୍ୟନଗର, ପୋଲସରା ଓ ହିଞ୍ଜିଳି ମୁନିସିପାଲଟିରେ ୧୬ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ସଟ୍ ଡାଉନ ଘୋଷଣା କରାଯାଇଛି। କେବଳ ଔଷଧ ଦୋକାନ ବ୍ୟତୀତ କୌଣସି ଦୋକାନ ଖୋଲା ରହିବ ନାହିଁ ବୋଲି ଏନଏସି ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ସହରର ବିଭିନ୍ନ ସାହି ବୁଲି ବୁଲି ପ୍ରଚାର କରାଯାଇଛି। କୌଣସି ଗାଡ଼ି ଚଳାଚଳ ସମେତ ଯିବା ଆସିବା ବନ୍ଦ ରହିବ। ଏହାକୁ ଯେଉଁ ମାନେ ଖିଲାପ କରିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ବିଭିନ୍ନ ରାସ୍ତାରେ ବ୍ୟାରିକେଡ୍  କରାଯାଇଥିଲେ ବି କିଛି ଅମାନିଆ ଏହାକୁ ମାନୁନଥିବା ଦେଖିବାକୁ  ମିଳିଛି।

   Related Posts