ବିଧାୟକ ପଢ଼ିବେ କୋଭିଡ ପାଠ : ବୁଧବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | July 28, 2020 IST

ଭୁବନେଶ୍ବର ୨୮/୭: କୋଭିଡ-୧୯ମହାମାରୀକୁ ନେଇ ନିଜ ଦାୟିତ୍ବ ସମ୍ପର୍କରେ ବିଧାୟକମାନଙ୍କୁ ଅବଗତ କରାଯିବ। ଏସମ୍ପର୍କିତ ବିଭିନ୍ନ ଦିଗକୁ ନେଇ ବିଧାୟକମାନଙ୍କୁ ସଚେତନ କରାଯିବ। ବୁଧବାର ଭିଡିଓ କନଫରେନସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକମାନଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ବିଧାୟକଙ୍କୁ ପତ୍ର ଲେଖି ଜଣାଇଛନ୍ତି ଯେ ବୁଧବାର ଅପରାହ୍ନ ୫ଟାରେ ବିଧାୟକମାନଙ୍କ ପାଇଁ ଏକ କୋଭିଡ-୧୯ ସଚେତନା କର୍ମଶାଳା ଆୟୋଜିତ ହେବ। ବିଧାୟକମାନେ ନିଜ ନିଜ ଜିଲ୍ଲାରେ ଉପସ୍ଥିତ ରହି ଅପରାହ୍ନ ୪.୫୫ଟା ସୁଦ୍ଧା ଭିଡିଓ କନଫରେନ୍ସିଂ ଜରିଆରେ କର୍ମଶାଳାରେ ଯୋଗ ଦେବେ। ପ୍ରଥମେ ପ୍ରାଣ ହରାଇଥିବା କୋଭିଡ ଯୋଦ୍ଧାଙ୍କ ସ୍ମୃତି ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯିବା ପରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ସ୍ବାଗତ ଭାଷଣ ପ୍ରଦାନ କରିବେ।

ମୁଖ୍ୟ ଶାସନ ସଚିବ ଏବଂ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ରାଜ୍ୟରେ କରୋନା ସ୍ଥିତି ସମ୍ପର୍କରେ ବିଧାୟକମାନଙ୍କୁ ଅବଗତ କରାଇବେ। ଏହା ପରେ ବିଧାନସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ୍ ବିଧାୟକ ଦଳ ନେତା ଉଦବୋଧନ ଦେବା ପରେ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିବେ। ଶେଷରେ ବିଧାନସଭାର ବାଚସ୍ପତି ଧନ୍ୟବାଦ ଅର୍ପଣ କରିବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ନିର୍ଦ୍ଧାରିତ ସମୟରେ ଭିଡିଓ କନଫରେନ୍ସ ଆରମ୍ଭ ପାଇଁ ପଦକ୍ଷେପ ପାଇଁ ଜିଲ୍ଲାପାଳଙ୍କୁ କୁହାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.