Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏହି ଖାସ ଅବସରରେ ଗୋଟିଏ ପ୍ରକାର ପୋଷାକରେ ବିଧାନସଭା ଆସିବେ ଛତିଶଗଡର ସମସ୍ତ ବିଧାୟକ

5/09/2019 at 9:06 PM

ରାୟପୁର : ଆସନ୍ତା ଅକ୍ଟୋବର ୨ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀକୁ ଧୁମଧାମରେ ପାଳନ କରିବ ଛତିଶଗଡ ବିଧାନସଭା। ଏଥିଲାଗି ଗୁରୁବାର ବିଧାନସଭା ସଚିବାଳୟ ପକ୍ଷରୁ ଅଧିସୂଚନା ଜାରି କରାଯାଇଛି। ମହାତ୍ମାଗାନ୍ଧିଙ୍କ ଜୟନ୍ତୀ ଲାଗି ବିଧାନସଭାର ଦୁଇ ଦିବସୀୟ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ। ଏଥିରେ ବିଧାନସଭାର ସମସ୍ତ ବିଧାକ ଗୋଟିଏ ପ୍ରକାରର ପୋଷାକ ପିନ୍ଧିବେ। ବିଧାୟକଙ୍କୁ ଏହି ପୋଷାକ ବିଧାନସଭା ସଚିବାଳୟ ପକ୍ଷରୁ ଯୋଗାଇ ଦିଆଯିବ।

ଏହି ଦୁଇ ଦିବସୀୟ ଅଧବେଶନରେ କେବଳ ଗାନ୍ଧିଜୀଙ୍କ କୃତି ଚର୍ଚ୍ଚା ହେବ। ଏହା ଛଡା ବିଧାନସଭା ପରିସରରେ ଗାନ୍ଧିଙ୍କ ସମ୍ପର୍କିତ ପ୍ରଦର୍ଶନୀ ଓ ବଜନ ସଂଧ୍ୟା ସମେତ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ନେଇ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି। ଛତିଶଗଡ ବିଧାନସଭାର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ଗାନ୍ଧିଜୀଙ୍କ ପ୍ରପୌତ୍ର ଗୋପାଳ କୃଷ୍ଣ ଗାନ୍ଧିଙ୍କ ସମେତ ଦେଶର ଜଣାଶୁଣା ଗାନ୍ଧିବିଚାରକଙ୍କୁ ଆମନ୍ତ୍ରୀତ କରାଯାଇଛି। କାର୍ଯ୍ୟକ୍ରମ ଲାଗି ବିଧାନସଭା ପକ୍ଷରୁ ରାଜ୍ୟପାଳ ଅନୁସୂୟା ୱିକେଙ୍କୁ ମଧ୍ୟ ଆମନ୍ତ୍ରିତ କରାଯିବ।

ମହାତ୍ମା ଗାନ୍ଧି ଦେଶର ସ୍ୱାଧୀନତା ସଂଗ୍ରାମ କାଳରେ ୨ ଥର ଛତିଶଗଡ ଆସିଥିଲେ। ପ୍ରଥମଥର ଗାନ୍ଧିଜୀ ୧୯୨୦ ମସିହାରେ ଆସିଥିବା ବେଳେ ଦ୍ୱିତୀୟବାର ୧୯୩୩ ମସିହାରେ ଆସିଥିଲେ। ତାଙ୍କର ପ୍ରଥମ ଛତିଶଗଡ ପ୍ରବାସ ଜଳ ସତ୍ୟାଗ୍ରହ ସମ୍ପର୍କିତ ଥିବା ବେଳେ ଦ୍ୱିତୀୟବାର ସ୍ୱରାଜ କୋଷ ଓ ତିଲକ କୋଷ ଲାଗି ଆସିଥିଲେ।

   Related Posts