Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||
  • ଭୁବନେଶ୍ବର : ହୋଟେଲ୍ ଓ ରେଷ୍ଟୁରାଣ୍ଟକୁ BMCର କଡା ନିର୍ଦ୍ଦେଶ, ୭ ଦିନ ଭିତରେ ଦୋକାନ ସମ୍ମୁଖରେ ଲଗାଅ ଫୁଡ୍ ସେଫ୍ଟି ସାର୍ଟିଫିକେଟ୍
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୩ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ପଞ୍ଚଦଶ ବିଧାନସଭାର ଶେଷ ଦିନ: ଗ୍ରୁପ ଫଟୋ ଉଠାଇଲେ ଆଉ ଭାବ ବିହ୍ବଳ ହେଲେ ବିଧାୟକ ଓ ମନ୍ତ୍ରୀ, ଜିତିଲେ ପୁଣି ଦେଖା ହେବ

8/02/2019 at 6:54 PM

ଭୁବନେଶ୍ବର ୮|୨: ବିଧାନସଭା ଶେଷ ଦିନରେ ବି ଗୃହରେ ତାତି । ଶାସକ ଓ ବିରୋଧି ସବୁଥର ଭଳି ନାରାବାଜି, କଥାକଟାକଟିରେ ପରସ୍ପରକୁ ବ୍ୟାକ ଫୁଟରେ ରଖିବାକୁ ଚେଷ୍ଟା କରିଛନ୍ତି । ଏହାସହ ଲୋକଙ୍କ ପାଇଁ ସେମାନେ କେତେ ଦରଦୀ ତାର ମଧ୍ୟ ଛାପ ଛାଡିବାକୁ ଚେଷ୍ଟା କରିଛନ୍ତି । ସେପଟେ ଆଜି ୧୫ ତମ ବିଧାନସଭାର ଅନ୍ତିମ କାର୍ଯ୍ୟ ଦିବସ ହୋଇଥିବାରୁ ଏକ ଆବେଗମୟ ପରିବେଶ ସୃଷ୍ଟି ହୋଇଥିଲା ଫଟୋସେସନ ବେଳେ । ଅନେକ ନେତା ସେମାନଙ୍କ ୫ ବର୍ଷର ଅନୁଭୁତି ସାଉଣ୍ଟିବାକୁ ଚେଷ୍ଟାକରିଥିଲେ ।….

ପୁଣି ଜିତିଲେ ଏଇଠି ହେବ ଦେଖା। କିଏ ଫେରିବେ ଆଉ କିଏ ଫେରିବେନି । ଏ ୫ ବର୍ଷର ଲୀଳାଖେଳା କାର୍ଯ୍ୟକଳାପ ସରିଲା । ପୁଣି ଜନତାଙ୍କ ସାର୍ଟିଫିକେଟ ଦରକାର । ସରିଛି ପଞ୍ଚଦଶ ବିଧାନସଭାର କାର୍ଯ୍ୟକାଳ।   ତା ପୂର୍ବରୁ ଏକାଠି ହୋଇଛନ୍ତି ସମସ୍ତ ସଦସ୍ୟ । ଆଜି ଫଟୋ ସେସନରେ ଏକାଠି ହୋଇଥିଲେ ଶାସକ ବିରୋଧୀ। ଏଠି କିନ୍ତୁ ନଥିଲା ଶାସକ ବିରୋଧୀର ପାର୍ଥକ୍ୟ।  ପରସ୍ପରକୁ ଆଲିଙ୍ଗନ କରି ଅଭୁଲା ସ୍ମୃତିକୁ ମନେପକାଇଛନ୍ତି ବିଧାୟକ ଓ ମନ୍ତ୍ରୀ ଗଣ ।,ଅନେକ ଏହି ୫ ବର୍ଷର ଅନୁଭୁତିକୁ ନେଇ ଭାବବିହ୍ବଳ ହୋଇଥିଲେ।

ତେବେ ପଞ୍ଚଦଶ ବିଧାସଭାର ଶେଷ ଦିନର ଆରମ୍ଭ କିନ୍ତୁ ସ୍ବାଭାବିକ ନଥିଲା। ମୁହାଁମୁହିଁ ହୋଇଥିଲେ ଶାସକ ଓ ବିରୋଧୀ।୨୦୧୯ ନିର୍ବାଚନକୁ ଲମ୍ଫ ଦେବା ପୂର୍ବରୁ ସବୁଦଳ ଚେଷ୍ଟାକରିଥିଲେ ଲୋକଙ୍କ ମନରେ ସେମାନଙ୍କ ଛାପ ଛାଡିବାକୁ । ଆଜି ବିରୋଧି ସରକାରଙ୍କ କାର୍ଯ୍ୟକଳାପ ଉପରେ ବହେ ବର୍ଷିଥିଲେ । କହିଥିଲେ କାଳିଆ ଯୋଜନା ସରକାରଙ୍କ ମୁହଁରେ କଳା ବୋଳିବ । ଘରେ, ପରିବାରରେ ଗାଁରେ ସବୁଠି କାଳିଆକୁ ନେଇ କଳି । ସେପଟେ ଜମି ଯେତିକି ତାଠୁ ଅଧିକ ଜମିକୁ ଜଳ ସେଚିତ ହୋଇଛି ବୋଲି ସରକାର ମିଥ୍ୟା ତଥ୍ୟ ଦେଇ ଲୋକଙ୍କୁ ଠକିଦେଲେ । ପୁରୀ ଓ କଟକ ଜିଲ୍ଲାର ତଥ୍ୟ ରଖି ବିରୋଧିଦଳ ନେତା ସରକାରଙ୍କୁ ଘାଇଲା କରିଥିଲେ । ସେପଟେ ବିରୋଧିଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲେ ଅର୍ଥ ମନ୍ତ୍ରୀ।

ତେବେ ପଶ୍ମିମ ଓଡିଶାରେ ହାଇ କୋର୍ଟବେଞ୍ଚ ପ୍ରସଙ୍ଗରେ ଗୃହରେ ମନ୍ତ୍ତବ୍ୟ ରଖିଥିଲେ ଅର୍ଥମନ୍ତ୍ରୀ । କହିଥିଲେ ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ କେନ୍ଦ୍ରର ଅନୁମୋଦନକୁ ଅପେକ୍ଷା କରାଯାଇଛି । ଗ୍ରୀନ ସଗନାଲ ମିଳିବାକ୍ଷଣି ୫ କୋଟି ଟଙ୍କା ଭିତିଭୂମି ପାଇଂ ବ୍ୟୟବରାଦ କରାଯିବ ।

   Related Posts