Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

୩ ମାସ ପରେ ଜୁଲାଇ ୬ରୁ ଦେଶରେ ଖୋଲିବ ସମସ୍ତ ସ୍ମାରକ, ରହିବ କଡା ସୁରକ୍ଷା ବ୍ୟବସ୍ଥା

2/07/2020 at 8:22 PM

ନୂଆଦିଲ୍ଲୀ ୦୨।୦୭: କରୋନା ଭାଇରସ୍‌ ମହାମାରୀ ମଧ୍ୟରେ ଦେଶରେ ଜୁଲାଇ ୬ରୁ ସମସ୍ତ ସ୍ମାରକ ଖୋଲାଯିବ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ସୁରକ୍ଷାର ସମସ୍ତ ପ୍ରବନ୍ଧନ ସହିତ ସ୍ମାରକ ଖୋଲାଯିବ। ଏଥିରେ ସଂସ୍କୃତି ମନ୍ତ୍ରଣାଳୟ ଓ ପ୍ରତ୍ନତତ୍ଵ ବିଭାଗର ସମସ୍ତ ସ୍ମାରକ ଖୋଲାଯିବ। ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ପଟେଲ ଗୁରୁବାର ଏହି ସୂଚନା ଦେଇଛନ୍ତି।

କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ କରୋନା ଭାଇରସ୍‌ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି  ମାର୍ଚ୍ଚ ୧୬ରୁ ଦେଶର ସମସ୍ତ ସ୍ମାରକକୁ ବନ୍ଦ କରିବାକୁ ଆଦେଶ ଦେଇଥିଲେ। ଏହା ପରେ ମାର୍ଚ୍ଚ ୧୭ ସକାଳୁ ଦେଶର ସମସ୍ତ ସ୍ମାରକରେ ତାଲା ଝୁଲିଥିଲା। ଅନଲକ-୧ରେ ଜୁନ ୮ରୁ ସଂସ୍କୃତି ମନ୍ତ୍ରଣାଳୟ ସମଗ୍ର ଦେଶରେ ୮୨୦ ସ୍ମାରକକୁ ପୂଜା ପାଇଁ ଖୋଲିବାକୁ ଅନୁମତି ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ସ୍ମାରକର ଏହା ସବୁଠୁ ଲମ୍ବା ତାଲାବନ୍ଦ। ଏହା ପୂର୍ବରୁ ଭାରତ-ପାକ୍‌ ଯୁଦ୍ଧ କାରଣରୁ ୧୯୭୧ ଡିସେମ୍ବର ୪ ରୁ ଡିସେମ୍ବର ୧୮ ପର୍ଯ୍ୟନ୍ତ ଏବଂ ୧୯୭୮ରେ ଯମୁନାରେ ବନ୍ୟା ଆସିବା କାରଣରୁ ସାତ ଦିନ ତାଜମହଲ ବନ୍ଦ ରହିଥିଲା। ପର୍ଯ୍ୟଟନ ଉଦ୍ୟୋଗ ପାଇଁ ବର୍ତ୍ତମାନ ସମୟ ଏକ ଦୁଃସ୍ଵପ୍ନ ପରି ହୋଇଛି। ଏବେ ଯାଇ ଅନଲକ୍‌-୨ରେ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି।  

   Related Posts