ଆଶ୍ଵସ୍ତି: ୧୬୦ ମିଡିଆକର୍ମୀଙ୍କ ହେଲା କୋଭିଡ୍-୧୯ ଯାଞ୍ଚ, ସବୁ ରିପୋର୍ଟ ଆସିଲା ନେଗେଟିଭ୍

Published By : Prameya-News7 Bureau | April 24, 2020 IST

ନୂଆଦିଲ୍ଲୀ ୨୪।୦୪: କରୋନା ଭାଇରସ୍‌ ମୁକାବିଲାରେ ଆଗ ଧାଡିରେ ଡାକ୍ତର, ସ୍ଵାସ୍ଥ୍ୟକର୍ମୀ, ନର୍ସଙ୍କ ସହିତ ପୋଲିସ୍ ରହିଛି। ଏହି ମାରାତ୍ମକ ଭାଇରସ୍‌ର ମୁକାବିଲାରେ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ନିଜ ଜୀବନକୁ ବିପଦରେ ପକାଇ ଆପଣଙ୍କ ପାଖକୁ କରୋନା ସମ୍ବନ୍ଧିତ ଟିକିନିକି ଖବର ପହଞ୍ଚାଉଛନ୍ତି। ଅନେକ ରାଜ୍ୟରେ ଗଣମାଧ୍ୟମ ପ୍ରତିନିଧି କରୋନା ସଂକ୍ରମିତ ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି। ଏହା ମଧ୍ୟରେ ରାଜଧାନୀରେ ଏପ୍ରିଲ ୨୨ରେ ୧୬୦ ଗଣମାଧ୍ୟମ କର୍ମୀଙ୍କ କୋଭିଡ୍-୧୯ ଯାଞ୍ଚ କରାଯାଇଥିଲା। ବଡ ଆଶ୍ଵିସ୍ତିକର କଥା ଆସିଥିବା ରିପୋର୍ଟ ସବୁ ନେଗେଟିଭ୍ ଆସିଛି। ଅର୍ଥାତ ୧୬୦  ମିଡିଆକର୍ମୀଙ୍କ ମଧ୍ୟରୁ ଜଣେ ହେଲେ କରୋନା ସଂକ୍ରମିତ ନାହାନ୍ତି।

ଦିଲ୍ଲୀ ସରକାରଙ୍କ ଅନୁସାରେ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର ସାମ୍ବାଦିକ, ଫଟୋଗ୍ରାଫର ଓ  କ୍ୟାମେରାମ୍ୟାନ ସହିତ ୧୬୦ ଜଣଙ୍କ ଏପ୍ରିଲ ୨୨ରେ ନମୂନା ନିଆଯାଇଥିଲା। ହେଲେ ଏଥିରୁ କେହି ମଧ୍ୟ କରୋନା ସଂକ୍ରମିତ ନଥିବା ଅଧିକାରୀ କହିଛନ୍ତି।

ଦିଲ୍ଲୀର କ୍ଷମତାସୀନ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ମିଡିଆକର୍ମୀଙ୍କ ପାଇଁ ଏକ କୋଭିଡ୍-୧୯ ପରୀକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରିଛି। ଚଳିତ ସପ୍ତାହ ଆରମ୍ଭରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ମିଡିଆକର୍ମୀଙ୍କ ଲାଗି କୋଭିଡ୍-୧୯  ପରୀକ୍ଷଣ କେନ୍ଦ୍ର ସ୍ଥାପନ କରିବାକୁ ଘୋଷଣା କରିଥିଲେ। ସେ କହିଥିଲେ ଯେ, କରୋନା ମୁକାବିଲାରେ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଆଗରେ ରହି ଲଢେଇ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.