ନିର୍ଭୟା ଅପରାଧୀ ମୁକେଶର ସମସ୍ତ ନ୍ୟାୟିକ ବିକଳ୍ପ ସମାପ୍ତ, ଏବେ ଫାଶୀ ସୁନିଶ୍ଚିତ

Published By : Prameya-News7 Bureau | January 29, 2020 IST

ନୂଆଦିଲ୍ଲୀ ୨୯।୧:  ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଅପରାଧୀ ମୁକେଶ ସିଂହର ପିଟିସନ ବୁଧବାର ସୁପ୍ରିମକୋର୍ଟରେ ଅଗ୍ରାହ୍ୟ ହୋଇଯାଇଛି। ଏଣୁ କୋର୍ଟଙ୍କ ମୃତ୍ୟୁଦଣ୍ଡାଦେଶରୁ ବର୍ତ୍ତିବା ଲାଗି ଆଇନରେ ଥିବା ସମସ୍ତ ବିକଳ୍ପ ମୁକେଶ ଲାଗି ବନ୍ଦ ହୋଇଯାଇଛି। ଆବେଦନର ଶୁଣାଣି କରି କୋର୍ଟ ପ୍ରାସଙ୍ଗିକ ଦସ୍ତାବେଜ୍ ରାଷ୍ଟ୍ରପତିଙ୍କ ନିକଟରେ ଉପସ୍ଥାପିତ ହୋଇ ନଥିବାର କୌଣସି ପ୍ରମାଣ ନାହିଁ ବୋଲି କହିଛନ୍ତି।

{"id":217578,"sizeSlug":"large"}

ମଙ୍ଗଳବାର ମୁକେଶର ଓକିଲ ଅଞ୍ଜନା ପ୍ରକାଶ ରାଷ୍ଟ୍ରପତିଙ୍କ ନିକଟରେ ଦୟା ନିବେଦନ ନାମରେ କୌଣସି ଡକ୍ୟୁମେଣ୍ଟ ରଖାଯାଇନଥିବା ଅଭିଯୋଗ କରିଥିଲେ। ଏଣୁ କ୍ଷମା ନିବେଦନ ଅଗ୍ରାହ୍ୟ ହୋଇଥିବାରୁ ମାମଲାରେ ସୁପ୍ରିମକୋର୍ଟଙ୍କୁ ବିଚାର କରିବା ଦରକାର ବୋଲି ନିବେଦନ କରିଥିଲେ। ମୁକେଶ ତାଙ୍କ ପିଟିସନରେ ଜେଲରେ ତାଙ୍କ ପ୍ରତି ଯୌନ ଉତ୍ପିଡନ କରାଯାଇଥିବା ଓ ତାଙ୍କ ଭାଇଙ୍କୁ ହତ୍ୟା କରାଯାଇଥିବାର ଓକିଲଙ୍କ ଜରିଆରେ ଅଭିଯୋଗ କରିଥିଲେ।

{"id":217579,"sizeSlug":"large"}

ତେବେ କୋର୍ଟ ଆମର ନିଜର ସନ୍ତୁଷ୍ଟି ଲାଗି ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଥିବା ସମସ୍ତ କାଗଜ ପତ୍ରର ତନ୍ନତନ୍ନ ଯାଞ୍ଚ କରିଛୁ ବୋଲି କହିଛନ୍ତି। ତେବେ ମୁକେଶର ପିଟିସନରେ କୌଣସି ମେରିଟ୍ ନଥିବା କହିଛନ୍ତି କୋର୍ଟ। ଜେଲରେ ଉତ୍ପିଡନ ଦୟା ଲାଗି ଆଧାର ନୁହେଁ କହି କୋର୍ଟ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି। ପୂର୍ବରୁ ପାଟିଆଲା ହାଉସ୍ କୋର୍ଟ ନିର୍ଭୟା ଅପରାଧୀଙ୍କୁ ୨୨ ଜାନୁୟାରୀ ସକାଳ ୭ଟା ବେଳେ ଦଣ୍ଡବିଧାନ ଲାଗି ତିହାର ଜେଲ କର୍ତ୍ତୃପକ୍ଷଙ୍କୁ  ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ମିଳିବା ମାତ୍ରେ ମୁକେଶ ରାଷ୍ଟ୍ରପତିଙ୍କ ନିକଟରେ ନିଜର କ୍ଷମା ନିବେଦନ ରଖିଥିଲେ। ତେବେ ରାଷ୍ଟ୍ରପତି ମୁକେଶର ନିବେଦନ ଅଗ୍ରାହ୍ୟ କରିବାରୁ କୋର୍ଟ ସାନି ଡେଥ ୱାରେଣ୍ଟ ଜାରି କରି ୧ ଫେବୃଆରୀରେ ଅପରାଧୀଙ୍କ ଦଣ୍ଡବିଧାନ ଲାଗି ନିର୍ଦ୍ଦେଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.