ସ୍କାନରରେ ଜନସନ୍ ଆଣ୍ଡ୍ ଜନସନ୍ ପ୍ରଡକ୍ଟ ; କଞ୍ଚାମାଲ୍ ପରୀକ୍ଷା ପାଇଁ ଡ୍ରଗ୍‌ସ କଣ୍ଟ୍ରୋଲରର ନିର୍ଦ୍ଦେଶ

Published By : Prameya-News7 Bureau | December 21, 2018 IST

ନୂଆଦିଲ୍ଲୀ ୨୧|୧୨: ଜନସନ୍ ଆଣ୍ଡ୍  ଜନସନ୍  ବେବି ପ୍ରଡକ୍ଟ ଉପରେ କଡ଼ା ନଜର। ଡ୍ରଗ୍ ସ  କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ଏହାର ମୁମ୍ବାଇ ସ୍ଥିତ ଫ୍ୟାକ୍ଟ୍ରିରେ ଜନସନ୍  ବେବି ପାଉଡର ପ୍ରସ୍ତୁତି ପାଇଁ କଞ୍ଚାମାଲ ବ୍ୟବହାର ଉପରେ କଟକଣା ଲଗାଇଛନ୍ତି। ଜନସନ୍ ବେବି ପାଉଡରରେ କ୍ୟାନସର ସୃଷ୍ଟିକାରୀ ଉପାଦାନ ଆଜବେଷ୍ଟସ୍  ରହିଥିବା ଜଣାପଡ଼ିଛି। ଏହାପରେ ବେବି ପାଉଡର ସହିତ ସାମ୍ପୁ ଓ ସାବୁନ ପରୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ହିମାଚଳପ୍ରଦେଶର ବଡ୍ଡିରେ ଥିବା କମ୍ପାନୀର ପ୍ଲାଣ୍ଟରେ ମଧ୍ୟ କଞ୍ଚାମାଲର ପରୀକ୍ଷଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

{"id":65956}

ଜନ୍ ସନ୍ ଆଣ୍ଡ୍  ଜନସନ୍  କମ୍ପାନୀ ପକ୍ଷରୁ ପ୍ଲାଣ୍ଟକୁ ଆସୁଥିବା କଞ୍ଚାମାଲକୁ ଠିକ୍  ଭାବେ ଯାଞ୍ଚ କରାଯାଉନଥିବା ଚେକିଂ ବେଳେ ଜଣାପଡ଼ିଛି। ତେବେ ଏ ସଂପର୍କରେ କମ୍ପାନୀ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ପୂର୍ବରୁ ଆମେରିକାରେ ମଧ୍ୟ ଜନସନ୍  ବେବି ପାଉଡରରେ କ୍ୟାନସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଅଭିଯୋଗ ହୋଇସାରିଛି। ଗତ ଜୁଲାଇ ମାସରେ ଆମେରିକାରେ ୨୨ ଜଣ ମହିଳାଙ୍କ  ଠାରେ ଜନସନ ବେବି ପାଉଡର ଯୋଗୁଁ କ୍ୟାନସର ସୃଷ୍ଟି ହୋଇଥିବାରୁ ସେମାନଙ୍କୁ ୪.୭ ବିଲିୟନ ଡଲାର କ୍ଷତିପୁରଣ ଦେବାକୁ ମିଶୌରୀର ଏକ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.