କୋଝିକୋଡ ବିମାନ ଦୁର୍ଘଟଣା ଆହତଙ୍କୁ ଚିକିତ୍ସା ପରେ ହସ୍ପିଟାଲରୁ ମିଳିଲା ଛୁଟି

Published By : Prameya-News7 Bureau | August 13, 2020 IST

କୋଝିକୋଡ ୧୩।୮: ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ବୋଇଂ ଦୁର୍ଘଟଣାରେ ଆହତ ସମସ୍ତ ଯାତ୍ରୀଙ୍କୁ ଚିକିତ୍ସା ପରେ ହସ୍ପିଟାଲରୁ ଡିଶ୍ଚାର୍ଜ କରାଯାଇଛି। ଗୁରୁବାର ଏୟାର ଇଣ୍ଡିଆ ଏହି ସୂଚନା ଦେଇଛନ୍ତି। ଗତ ୭ ଅଗଷ୍ଟ ଶୁକ୍ରବାର ସନ୍ଧ୍ୟାରେ ଦୁବାଇରୁ ଯାତ୍ରୀନେଇ ଆସିଥିବା ବିମାନଟି ଅବତରଣ କରିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ବିମାନର ୨ ପାଇଲଟଙ୍କ ସମେତ ମୋଟ ୧୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୯୨ ଜଣ ଆହତ ହୋଇଥିଲେ।

{"id":314054,"sizeSlug":"large"}

କୋଝିକୋଡର ବିଭିନ୍ନ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବା ଶେଷ ୭ ଜଣ ଯାତ୍ରୀ  ଗତ ୨୪ ଘଣ୍ଟାରେ ଡିଶ୍ଚାର୍ଜ ହୋଇଥିବା ଏହି ସୂଚନାରେ ବିମାନ କମ୍ପାନୀ  କହିଛନ୍ତି। ଏହା ପୂର୍ବରୁ ବୁଧବାର ୮୫ ଜଣ ଯାତ୍ରୀ ସୁସ୍ଥ ହେବା ପରେ ସେମାନଙ୍କୁ ହସ୍ପିଟାଲରୁ ଛାଡି ଦିଆଯାଇଥିବାର ଏୟାର ଇଣ୍ଡିଆ କହିଥିଲେ।

{"id":314055,"sizeSlug":"large"}

ବିମାନ ଦୁର୍ଘଟଣାରେ ମୋଟ ୧୪୯ ଜଣ ଲୋକଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାର କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଶନିବାର ଗଣମାଧ୍ୟମକୁ କହିଥିଲେ। ଏମାନଙ୍କ ମଧ୍ୟରୁ ୨୩ ଜଣ ସୁସ୍ଥ ହୋଇଯାଇଥିବାରୁ ସେମାନଙ୍କୁ ହସ୍ପିଟାଲରୁ ଛାଡି ଦିଆଯାଇଥିଲା। ତେବେ ଦୁର୍ଘଟଣାରେ ମୃତ ଯାତ୍ରୀଙ୍କ ପାର୍ଥୀବ ଶରୀରକୁ ସସମ୍ମାନ ସେମାନଙ୍କ ପରିବାରଙ୍କୁ ହସ୍ତାନ୍ତର କରାଯାଇଥିବାର ମଧ୍ୟ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ କର୍ତ୍ତୃପକ୍ଷ ସୂଚିତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.