Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଲଦାଖ ଲଢେଇ: ‘ଆହତ ହୋଇଥିବା ସମସ୍ତ ଯବାନ ସୁସ୍ଥ ଅଛନ୍ତି, କେହି ଗୁରୁତର ନାହାଁନ୍ତି’- ଭାରତୀୟ ସେନା

18/06/2020 at 10:13 PM

ନୂଆଦିଲ୍ଲୀ, ୧୮|୦୬:  ସୋମବାର ଗଲଓ୍ୱାନ ଘାଟିରେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ସଙ୍ଘର୍ଷ ଘଟି ୨୦ଜଣ ଯବାନ ସହିଦ ହୋଇଥିଲେ । ଚୀନର ମଧ୍ୟ ୪୩ଜଣ ସୈନ୍ୟ ନିହତ ହୋଇଥିବା ସୂଚନା ମିଳିଥିଲା । ତେବେ ଆହତ ହୋଇଥିବା ଭାରତୀୟ ଯବାନମାନେ ସୁସ୍ଥ ଥିବା କହିଛି ଭାରତୀୟ ସେନା ।

ଭାରତୀୟ ସେନା କହିଛି ଯେ, ଏବେ କୌଣସି ଯବାନ ଗୁରୁତର ନାହାଁନ୍ତି । ଲେହ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସମସ୍ତ ୧୮ ଜଣ ଯବାନ ସୁସ୍ଥ ଅଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି । କେହି ହେଲେ ଗୁରୁତର ନାହାଁନ୍ତି । ସେମାନେ ୧୫ଦିନରେ କାର୍ଯ୍ୟରେ ଯୋଗଦେବେ । ସେହିପରି ଅନ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୫୮ ଯବାନ ମଧ୍ୟ ସୁସ୍ଥ ଥିବା ସେନା କହିଛି ।

ସୂଚନାଯୋଗ୍ୟ, ଗତ ସୋମବାର ରାତ୍ରରେ ଗଲଓ୍ୱାନ ଘାଟିରେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ ଘଟିଥିଲା । ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି । ତେବେ ଚୀନ ମୃତାହତ ସଂଖ୍ୟା ବାବଦରେ କିଛି କହିନାହିଁ । କିନ୍ତୁ ସୂତ୍ରାନୁସାରେ ଚୀନର ୪୩ ସୈନିକ ପ୍ରାଣ ହରାଇଛନ୍ତି ।   

ଏହା ମଧ୍ୟରେ ଜୁନ ୨୩ ତାରିଖରେ ଋଷ ଓ ଚୀନ ମଧ୍ୟରେ ହେବାକୁ ଥିବା ବୈଦେଶିକ ମନ୍ତ୍ରୀସ୍ତରୀୟ ଆଲୋଚନାରେ ଭାରତ ମଧ୍ୟ ଅଂଶଗ୍ରହଣ କରିବ । ଏହାସହ କୌଣସି ଭାରତୀୟ ସୈନିକ ଗତ ସୋମବାର ରାତିରେ ଘଟିଥିବା ସଙ୍ଘର୍ଷରେ ନିଖୋଜ ହୋଇନାହାଁନ୍ତି ବୋଲି ସ୍ପଷ୍ଟ କରିଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ।  

   Related Posts