ପ୍ରତିଦିନ ୧୦ଜଣ ଯୁବତୀଙ୍କୁ ଦୁଷ୍କର୍ମ କରୁଥିଲା ଏହି ବାବା, ସିବିଆଇ ଚଢଉ କରି ଉଦ୍ଧାର କରିଥିଲା ୪୦ରୁ ଅଧିକ ତରୁଣୀଙ୍କୁ , ଏବେ ଫଶିବ ଆଇନ ଜାଲରେ

Published By : Prameya-News7 Bureau | June 23, 2019 IST

ଲକ୍ଷ୍ନୌ୨୩|୬: ଭାରତରେ ଭଣ୍ଡ ବାବାଙ୍କର କୌଣସି ଅଭାବ ନାହିଁ। ଏମିତି ଅନେକ ବାବା ଅଛନ୍ତି ଯିଏ ଲୋକଙ୍କ ଆଗରେ ନିଜକୁ ଭଗବାନ ଘୋଷଣା କରିଦିଅନ୍ତି। ଏହି ଭଣ୍ଡ ବାବାମାନେ ଧର୍ମ ନାଁରେ ଲୋକଙ୍କୁ ଲୁଟନ୍ତି। ଏହି ବାବାମାନେ ଲୋକଙ୍କ ନିଷ୍ଠା ଓ ଭକ୍ତିର ବେଶ ଫାଇଦା ମଧ୍ୟ ଉଠାନ୍ତି । କେବଳ ସେତିକି ନୁହେଁ ଧର୍ମ ନାଁରେ ଅନେକ କୁକର୍ମ ମଧ୍ୟ କରିଥାନ୍ତି। ତେବେ ଜାଣନ୍ତୁ ଏମିତି ଜଣେ ଭଣ୍ଡ ବାବା ବିଷୟରେ ଯିଏ ଅନେକ କୁକୁର୍ମ କରି ବହୁବାର ଫଶିଛନ୍ତି ଓ ସେଠୁ ରକ୍ଷା ପାଇବା ପାଇଁ ଧର୍ମକୁ ଅସ୍ତ୍ର ଭାବେ ବ୍ୟବହାର କରିଛନ୍ତି।  

ଆଶ୍ରମ ଚଳାଇବା ନାଁରେ ବିରେନ୍ଦ୍ର ଦେବ ନାମକ ଦିଲ୍ଲୀର ଜଣେ ବାବା ବରାବର ଅଶ୍ଳୀଳ ଧନ୍ଦା କରିଆସୁଛି । ଦିଲ୍ଲୀରେ ରହୁଥିବା ଏହି ଦୁଷ୍କର୍ମକାରୀ ବାବା ନିଜ ଅଶ୍ଳୀଳତା ଓ କଳା କାରନାମାରେ ରାମ ରହିମ୍‌ ଓ ଆଶାରାମର ରେକର୍ଡ ଭାଙ୍ଗିଛି। ଦିଲ୍ଲୀରେ ଥିବା ଆଶ୍ରମକୁ ନିରୀହ ଝିଅମାନଙ୍କୁ ଆଣି ଯୌନ ନିର୍ଯାତନା ଦଉଥିଲା। ସେହି ଆଶ୍ରମକୁ କୌଣସି ଝିଅ ଗଲେ ଆଉ କେବେ ଫେରିନଥାଏ। କେବଳ ସେତିକି ନୁହଁ ଏହି ପାପି ବାବା ଏମିତି ଅନେକ କାରନାମା କରିଛି ଯାହା ଶୁଣିଲେ ଲୋମ ଟାଙ୍କୁରି ଉଠିବ।

ଦିଲ୍ଲୀରେ ରାମ ରହିମ୍‌ ଗିରଫ ହେବା ପରେ ଏବେ ଆଇନ୍‌ କବଳରେ ଖୁବ୍‌ ଶୀଘ୍ର ଆଉ ଜଣେ ପାପି ବାବା ବିରେନ୍ଦ୍ର ଦେବ ଦିକ୍ଷିତ ଫଶିବାକୁ ଯାଉଛି। ଏହି ଭଣ୍ଡ ବାବା ଦିଲ୍ଲୀରେ ରୋହିଣୀ ସ୍ଥିତ ଆଧ୍ୟାତ୍ମିକ ବିଶ୍ବବିଦ୍ୟାଳୟ ନାଁରେ ଆଶ୍ରମ ଖୋଲିଛି।

 ହାଇକୋର୍ଟ ନିର୍ଦ୍ଦେଶ ଅନୁସାରେ ସିବିଆଇ ଟିମ୍‌ ସେଠାରେ ଚଢଉ କରିଥିଲା। ସେଠାରୁ ୪୦ରୁ ଅଧିକ ଝିଅଙ୍କୁ ବାବା କବଳରୁ ମୁକ୍ତ କରାଯାଇଥିଲା। ସେହି ଝିଅମାନଙ୍କ ମଧ୍ୟରୁ ଅଧିକରୁ ଅଧିକ ନାବାଳିକା ଥିଲେ। ଝିଅମାନଙ୍କ ବୟସ ଅନୁସାରେ ତାଙ୍କୁ କାମ ଦିଆଯାଉଥିଲା। ଏହି ପାପି ବାବା ୨୫-୨୮ ବର୍ଷ ମଧ୍ୟରେ ଥିବା ଝିଅମାନଙ୍କୁ ମାଲିସ କରିବା କାମରେ ଲଗାଉଥିଲା । ପ୍ରତି ଦିନ ୧୦ ଜଣ ଝିଅଙ୍କ ସହ ଦୁଷ୍କର୍ମ କରୁଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.