Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶବ୍ୟାପୀ ତ୍ରିରଙ୍ଗା ରାଲି ବାହାର କରିବେ କୃଷକ, ଅଗଷ୍ଟ ୧୫ରେ ପାଳନ କରିବେ ଏହି ଦିବସ
  • ||
  • ଟୋକିଓ ଅଲିମ୍ପିକ୍ସ: ଆଜି ଇତିହାସ ରଚିବାକୁ ଓହ୍ଲାଇବେ ରବି ଦାହିଆ, ପୁରୁଷ ହକି ଉପରେ ବି ରହିବ ନଜର
  • ||
  • ତୃତୀୟ ଲହରକୁ ନେଇ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭକ୍ତଙ୍କ ପାଇଁ ବଡ଼ ଘୋଷଣା, ୧୬ ତାରିଖରୁ ଖୋଲିବ ଶ୍ରୀମନ୍ଦିର
  • ||
  • ଅଗଷ୍ଟ ୧୬ରୁ ଶ୍ରୀମନ୍ଦିର ଖୋଲିବ
  • ||
  • ଟୋକିଓ ଅଲିମ୍ପିକ୍ସ ହକି ସେମିଫାଇନାଲ୍‌ରେ ହାରିଲା ମହିଳା ଦଳ, ଫାଇନାଲ୍‌କୁ ଉନ୍ନିତ ହେଲା ଆର୍ଜେଣ୍ଟିନା
  • ||
  • ଦେବଗଡ : ହନୁମାନ ପଇସା ରାକେଟ୍ ଠାବ : ୩ ଗିରଫ, ୨ଟି ହନୁମାନ ପଇସା ଜବତ
  • ||
  • ସାଲେପୁର : ସାଲେପୁର ଅଞ୍ଚଳରୁ ବିରଳ ଏଣ୍ଡୁଅ ଉଦ୍ଧାର, ବଦଳାଉଛି ରଙ୍ଗ
  • ||
  • ଢେଙ୍କାନାଳ : ବିକ୍ରି କରୁଥିଲେ ବାରହା ମାଂସ, ୩ ଶିକାରୀଙ୍କୁ ବାନ୍ଧିଲା ବନ ବିଭାଗ
  • ||
  • ଅନୁଗୋଳ : ରେଙ୍ଗାଳି ଡ୍ୟାମ୍‌ରୁ ଛଡାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ, ୭ ନମ୍ବର ଗେଟ୍ ଦେଇ ଜଳ ନିଷ୍କାସିତ
  • ||

ଏମିତିବି କଟୁଛି ଭାରତୀୟ କ୍ରିକେଟରଙ୍କ ଦିନ, ପରିସ୍ଥିତିକୁ ଜଟିଳ କରିଛି Covid

5/08/2020 at 5:48 PM

ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆ ଜର୍ସି ପିନ୍ଧୁଥିବା ସବୁ କ୍ରିକେଟରଙ୍କ ଭାଗ୍ୟ ସମାନ ନୁହେଁ। ଖାସକରି ଯେଉଁମାନେ ଭାରତୀୟ କ୍ରିକେଟ୍ ବୋର୍ଡଙ୍କ ଅଧିନକୁ ଆସିବା ଲାଗି ସଂଘର୍ଷ ଚଳାଇଛନ୍ତି ସେମାନଙ୍କ ଦିନ କିପରି କଟୁଛି ହୁଏତ କେହି କଳ୍ପନା ମଧ୍ୟ କରିପାରିବେନି। ଏପରି କ୍ରିକେଟରମାନଙ୍କ ମଧ୍ୟରୁ କିଏ ଦିନ ମଜୁରିରେ ହାତ ଖର୍ଚ୍ଚ ତୁଲାଉଛି ତ କିଏ ପରିବାର ଚଳାଇବାକୁ ବୁଲି ବୁଲି ଖୀର ବିକୁଛି। ଦେଶର ଜାତୀୟ ଟିମର ସଫଳତାରେ ଏମାନଙ୍କର ଯୋଗଦାନ ଉଲ୍ଲେଖନୀୟ। ହେଲେ ବିସିସିଆଇଙ୍କ ଅନ୍ତର୍ଗତ ହୋଇ ଥିବାରୁ ଦୁର୍ଦିନ ମଧ୍ୟରେ ସେମାନଙ୍କ ସମୟ କଟୁଛି। 

ଏହିପରି ଜଣେ କ୍ରିକେଟର ହେଉଛନ୍ତି ନିର୍ମଳ ସିଂ ଧିଲୋନ। ୱିକେଟ୍ କିପର ଓ ବ୍ୟାଟସମ୍ୟାନ ଧିଲୋନ୍ ପଞ୍ଜାବର ମୋଗାରେ ଖୀର ବିକୁଛନ୍ତି। ସେହିପରି ସନ୍ତୋଷ ରଞ୍ଜାଗଣେ କୋହ୍ଲାପୁରରେ ମୋଟର ସାଇକେଲ ରିପ୍ୟାରିଂ ଦୋକାନ କରି ପରିବାର ଚଳାଉଛନ୍ତି। ବ୍ୟାଟସ୍‌ମ୍ୟାନ ପୋଶନ ଧ୍ରୁବ ରାୟପୁରର ଏକ ଗ୍ରାମରେ ବିଲ୍ଟିଂ ମେଟେରିଆଲ ଦୋକାନରେ କାମ କରୁଥିଲେ। କୋଭିଡ-୧୯ ଲକଡାଉନ ଯୋଗୁ ଦୋକାନ ବଜାର ବନ୍ଦ ରହୁଥିବାରୁ ଏବେ ଦିନ ମଜୁରିଆ ଭାବେ କାମ କରିବାକୁ ଯାଉଛନ୍ତି।

ଏମାନେ ସମସ୍ତେ ଭାରତୀୟ କ୍ରିକେଟର। ହେଲେ ଜାତୀୟ ଟିମ୍‌କୁ ମନୋନୀତ ହୋଇ ନାହାନ୍ତି। ତେବେ ଜାତୀୟ ଟିମ୍‌ର ଅନେକ କ୍ରିକେଟରଙ୍କ ସହ ସେମାନେ ଖେଳିସାରିଛନ୍ତି। ହେଲେ ଜାତୀୟ ଟିମ୍‌ରେ ସ୍ଥାନ ମିଳିନଥିବାରୁ ସେମାନେ ବିସିସିଆଇଙ୍କ ଅନ୍ତର୍ଗତ ହୋଇ ନାହାନ୍ତି। ତେବେ ବିସିସିଆଇ ଅଧ୍ୟକ୍ଷ ଏଭଳି ଉଦୀୟମାନ ଖେଳାଳିଙ୍କ ଲାଗି କିଛି କରିବେ ବୋଲି ସେମାନେ ଏବେବି ଦୃଢ ଆଶା ରଖିଛନ୍ତି।

   Related Posts