୪ ଦିନ ବନ୍ଦ ରହିବ ବ୍ୟାଙ୍କ : ସମସ୍ତ ଜରୁରୀ କାମ ସାରିଦିଅନ୍ତୁ

Published By : Prameya-News7 Bureau | March 18, 2019 IST

ଭୁବନେଶ୍ୱର ୧୮/୩ : ବ୍ୟାଙ୍କ ସମ୍ବନ୍ଧୀୟ କୌଣସି ଜରୁରୀ କାମ ଅଛି ଯଦି ଶୀଘ୍ର ସାରି ଦିଅନ୍ତୁ | ଅର୍ଥାତ ମଙ୍ଗଳବାର ଦିନ ସବୁ କାମ ସାରି ଦିଅନ୍ତୁ | କାରଣ ବ୍ୟାଙ୍କ ୪ ଦିନ ପାଇଁ ବନ୍ଦ ରହିବ | ସାଧାରଣ ଜନତା ଯେଭଳି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ଏଟିଏମରେ ଟଙ୍କା ରଖିଦିଆଯିବ |


ବ୍ୟାଙ୍କ ପ୍ରବନ୍ଧକ ଆନନ୍ଦ ଗର୍ଗ ସୂଚନା ଦେଇଛନ୍ତି ଯେ, ଆସନ୍ତା ୨୦ ଏବଂ ୨୧ ତାରିଖ ହୋଲି ପାଇଁ ବ୍ୟାଙ୍କ ବନ୍ଦ ରହିବ | ୨୨ ତାରିଖ, ଶୁକ୍ରବାର ଦିନ ଖୋଲା ରହିବ | ପୁଣି ମାର୍ଚ୍ଚ ୨୩ ତାରିଖ ଚତୁର୍ଥ ଶନିବାର ହୋଇଥିବାରୁ ବ୍ୟାଙ୍କ ଛୁଟି ରହିବ | ଏହାପରେ ରବିବାର ମଧ୍ୟ ବ୍ୟାଙ୍କ ଛୁଟି | ତେବେ ଏଟିଏମରେ ପର୍ଯ୍ୟାପ୍ତ ଟଙ୍କା ରଖି ଯାଇଛି | ଯେଉଁଥିପାଇଁ ଲୋକେ ହଇରାଣ ହେବେନାହିଁ |

{"id":94830}


ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ନିଷ୍ପତ୍ତି ନେଇଛି | ସମସ୍ତ ବ୍ୟାଙ୍କର ପ୍ରବନ୍ଧକଙ୍କୁ ନିର୍ଦେଶ ଦିଆଯାଇଛି ଯେ, ନିଜ ନିଜ ଏଟିଏମରେ ନଗଦ ରଖିବେ | ଯେଭଳି ୪ ଦିନ ବ୍ୟାଙ୍କ ବନ୍ଦ ହେବ ଯୋଗୁଁ ଗ୍ରାହକ କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତୁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.