ସୋଆରେ ଅନୁଷ୍ଠିତ ହେବ ଅଲ୍ ଇଣ୍ଡିଆ ୟୁନିଭର୍ସିଟିସ୍ ଆନୁଆଲ୍ ମିଟ୍ ; ମୁଖ୍ୟ ପ୍ରସଙ୍ଗ ରହିବ 'ଅଟୋନୋମି ଫର୍ ଏକ୍ସିଲେନ୍ସ'

Published By : Prameya-News7 Bureau | February 11, 2019 IST

ଭୁବନେଶ୍ୱର ୧୧/୨ : ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ଠାରେ ଅସନ୍ତା ଫେବୃୟାରୀ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଆସୋସିଏସନ୍ ଅଫ ଇଣ୍ଡିଆନ୍ ୟୁନିଭର୍ସିଟିର (ଏଆଇୟୂ)ର ୯୩ତମ ବାର୍ଷିକ ସମ୍ମିଳନୀ ହେବାକୁ ଯାଉଛି । ଏଥିରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ତଥା ଉଚ୍ଚଶିକ୍ଷା ପ୍ରତିଷ୍ଠାନର ପ୍ରାୟ ୨୦୦ କୁଳପତି ଓ ନିର୍ଦ୍ଦେଶକ ଯୋଗ ଦେଇ ଦେଶର ଉଚ୍ଚଶିକ୍ଷାର ଭବିଷ୍ୟତ ସମ୍ପର୍କରେ ଅଧିକ ତର୍ଜମା ଏବଂ ବିଶ୍ଳେଷଣ କରିବେ ।  

ସୋଆରେ ଆୟୋଜିତ ଏହି ସମ୍ମିଳନୀରେ ବିଭିନ୍ନ କୂଟନୀତିଜ୍ଞ, ଓଭରସିଜ୍ ଏକାଡେମିକ୍ ଅର୍ଗାନାଇଜେସନ୍ ମେମ୍ବର୍ସ ମୁଖ୍ୟ, ବିଶ୍ୱ ବ୍ୟାଙ୍କ ନୋମିନି ଏବଂ ଅନ୍ୟାନ୍ୟ ଅର୍ନ୍ତଜାତୀୟ ଶିକ୍ଷାବିତ୍ ଯୋଗ ଦେବେ । 

ଏଆଇୟୁ ଅଧିନରେ ଭାରତର ସମସ୍ତ ବିଶ୍ୱବିଦ୍ୟାଳୟ ଏକାଠି ହୋଇଥାନ୍ତି । ଏହାର ବାର୍ଷିକ ସମ୍ମିଳନୀରେ ଦେଶର ଶିକ୍ଷାବିତ୍ମାନେ ଏକାଠି ହୋଇ ଉଚ୍ଚଶିକ୍ଷାର ଭବିଷ୍ୟତକୁ ନେଇ ବ୍ଲୁପ୍ରିଂଟ ପ୍ରସ୍ତୁତ କରିଥାନ୍ତି । ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ରାଜ୍ୟ ବିଶ୍ୱବିଦ୍ୟାଳୟ, ଡିମ୍ଡ ଟୁ ବି ୟୁନିଭର୍ସିଟି , ବେସରକାରୀ ବିଶ୍ୱବିଦ୍ୟାଳୟ, ଟେକ୍ନିକାଲ୍ ବିଶ୍ୱବିଦ୍ୟାଳୟ ଓ ଅନ୍ୟାନ୍ୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ସାମିଲ୍ ହୋଇଥାନ୍ତି । 

ସୋଆ କନ୍ଭେନ୍ସନ୍ ସେଂଟରରେ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀର ମୁଖ୍ୟ ପ୍ରସଙ୍ଗ ରହିଛି “ଅଟୋନୋମି ଫର୍ ଏକ୍ସିଲେନ୍ସ” । ଏହି ପ୍ରସଙ୍ଗକୁ ନେଇ ସମ୍ମିଳନୀରେ ଏକ ଜାତୀୟ ସେମିନାର୍ ମଧ୍ୟ ଆୟୋଜନ କରାଯାଇଛି । ଏଥିସହିତ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଅଧିକ ଉନ୍ନତି ପାଇଁ ବିଭିନ୍ନ ସବ୍ ଥିମ୍କୁ ନେଇ ମଧ୍ୟ ଆଲୋଚନା ହେବ । ଏହି ସବ୍ ଥିମ୍ଗୁଡ଼ିକ ହେଲା କ୍ରୀଡ଼ା ଉପରେ ଗୁରୁତ୍ୱ ଆରୋପ ଏବଂ କ୍ରୀଡ଼ା ସଂସ୍କୃତିର ପ୍ରସାର ଓ ଚତୁର୍ଥ ଶିଳ୍ପବିପ୍ଳବ । 

ସେହିପରି ଅନ୍ୟ ସବ୍ ଥିମ୍ଗୁଡ଼ିକ ହେଲା ସାମାଜିକ ଉନ୍ନତି ଏବଂ ସ୍ଥାୟିତ୍ୱ, ର‌୍ୟାଙ୍କିଂ, ରେଟିଂ ଆଣ୍ଡ ରିସର୍ଚ୍ଚ, ଇଂଟରନ୍ୟାସ୍ନାଲାଇଜେସନ୍ ଆଜ ଏ ଷ୍ଟାର୍ଟେଜି ଫର ଏକ୍ସିଲେନ୍ସ  ଓ ଫାକଲ୍ଟି ସିଲେକ୍ସନ୍ ଓ ଡେଭଲପ୍ମେଂଟ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.