ଆଜିଠୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଦେଶ ବ୍ୟାପି ଟ୍ରକ ଧର୍ମଘଟ

Published By : Prameya-News7 Bureau | July 20, 2018 IST

ଆଜିଠୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଦେଶ ବ୍ୟାପି ଟ୍ରକ ଧର୍ମଘଟ | ୫ ଦଫା ଦାବି ନେଇ ସକାଳ ୬ଟାରୁ ଟ୍ରକ ଚଳାଚଳ ବନ୍ଦ ରହିଛି | ଟ୍ରକ ଧର୍ମଘଟ ଯୋଗୁଁ ଦେଶର ୯୩ ଲକ୍ଷ ଟ୍ରକ ଚଳାଚଳ ବନ୍ଦ ରହିବ | ଧର୍ମଘଟକୁ ଏଡ଼ାଇବା ପାଇଁ ଟ୍ରକ ସଂଘର ପ୍ରତିନିଧିମାନେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା | ଫଳରେ ଟ୍ରକ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଅଲ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ ଆସୋସିଏସନ | ଏହି ନିଷ୍ପତ୍ତିକୁ ସମର୍ଥନ ଜଣାଇଛି ଭୁବନେଶ୍ୱର ଗୁଡ଼ସ ଟ୍ରାନ୍ସପୋର୍ଟ ଆସୋସିଏସନ | ଫଳରେ ମାଲ ପରିବହନରେ ବାଧା ଉପୁଜିବାରେ ଆଶଙ୍କା ଦେଖାଦେଇଛି | ଡିଜେଲ ଦ୍ୱାରା ବୃଦ୍ଧିର ପ୍ରତିବାଦ, ଟୋଲ ଟ୍ୟାକ୍ସ ଛାଡକୁ ପ୍ରମୁଖ ଦାବି କରିଛି ସଂଘ | କେନ୍ଦ୍ର ସରକାର ଦାବି ପୂରଣ ନକରିବା ଯାଏଁ ଟ୍ରକ ଚଳାଚଳ ବନ୍ଦ ରହିବ ସଂଘ କହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.