Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସାରା ଦେଶରେ ଟ୍ରକ ଧର୍ମଘଟ ପ୍ରତ୍ୟାହୃତ

28/07/2018 at 5:54 AM

ସାରା ଦେଶରେ ଚାଲିଥିବା ଟ୍ରକ ଧର୍ମଘଟ ପ୍ରତ୍ୟାହୃତ ହୋଇଛି | କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ କରିଛି ସର୍ବ ଭାରତୀୟ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ | କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କ ସହ ମଧ୍ୟ ସଂଘ ଆଲୋଚନା କରିଛି | ଡିଜେଲ ଦରବୃଦ୍ଧି, ଅତ୍ୟଧିକ ଟୋଲ ଟ୍ୟାକ୍ସ,ଜିଏସଟି ଆଦି ବିରୋଧରେ ଗତ ୮ ଦିନ ହେଲା ସାରା ଦେଶରେ ଟ୍ରକ ଧର୍ମଘଟ ଚାଲିଥିଲା | ୮ ଦିନରେ ୩୦ ହଜାର କୋଟି ଟଙ୍କା କ୍ଷତି ହୋଇଥିବା ସୂଚନା ମିଳିଛି | ଏହା ସହ ଅତ୍ୟାବଶ୍ୟକ ସାମଗ୍ରୀର ନିଅଣ୍ଟିଆ ପରିସ୍ଥିତି ସୃଷ୍ଟି ହୋଇଥିଲା | ତେବେ ୨ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା ପରେ ଧର୍ମଘଟ ପ୍ରତ୍ୟାହୃତ ହୋଇଛି |

   Related Posts