Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସନ୍ ଧରି ଫେରୁଥିଲେ, ଓଲଟି ଗଲା ଟ୍ରାକ୍ଟର ଡାଲା, ୨ ମୃତ
  • ||
  • ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର
  • ||
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||

୮ ତାରିଖରେ ଭାରତ ବନ୍ଦ ଡାକରା: ପରୀକ୍ଷାର୍ଥୀଙ୍କ ମହଲରେ ଅସନ୍ତୋଷ…

6/01/2020 at 8:19 PM

ନୂଆଦିଲ୍ଲୀ୬/୧: ସେପଟେ ବେଳଦେଖି   ତାରିଖରେ ଭାରତ ବନ୍ଦ  ଡାକରା ଦେଲେଣି ଟ୍ରେଡ ୟୁନିୟନ ଗୁଡ଼ିକ  ବେକାରୀ ସମସ୍ୟା, ବେରୋଜଗାରୀଶ୍ରମ ଆଇନ କୋଡିଫିକେଟସନ୍ ଆଦି ଦାବିରେ ୨୪ ଘଣ୍ଟିଆ ଧର୍ମଘଟ କରିବ ମିଳିତ ମଞ୍ଚ କେନ୍ଦ୍ର ସରକାରଙ୍କ ବିରୋଧରେ ଏହି ବନ୍ଦ ଡାକରାକୁ ସଫଳ କରିବା ପାଇଁ ବାମଦଳଗୁଡ଼ିକ ଅଣ-ବିଜେପି ସହଯୋଗୀ ଦଳମାନଙ୍କ ସମର୍ଥନ ଲୋଡିଛି କଂଗ୍ରେସ ଏହାକୁ ସମର୍ଥନ ଦେଇଛି

କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ଓ ସ୍ବାଧୀନ ଫେଡରେସନ ମିଳିତ ମଞ୍ଚ ସହ ୧୦ ୟୁନିଅନ୍‌ ବନ୍ଦ ଡାକରା ଦେଇଛନ୍ତି । ବେକାରୀ, ବେରୋଜଗର, ଶ୍ରମ ଆଇନ କୋଡିଫିକେସନ, ଦରଦାମ ବୃଦ୍ଧି, ସର୍ବନିମ୍ନ ବେତନ ବୃଦ୍ଧି ,  ସାମାଜିକ ସୁରକ୍ଷା ଭଳି ୧୨ଦଫା ଦାବିରେ ଏହି ଧର୍ମଘଟ ଡାକରା ଦିଆଯାଇଛି । ବାମପନ୍ଥୀ ଦଳଗୁଡ଼ିକ ଅଣ ବିଜେପି ସହଯୋଗୀ ଦଳଙ୍କ ସମର୍ଥନ ଲୋଡିଥିବା ବେଳେ ଭୁବନେଶ୍ବରରେ ବିଜେଡିକୁ ସମର୍ଥନ କରିବା ଲାଗି ଆହ୍ବାନ ଦେଇଛନ୍ତି। ସିପିଏମ ନେତା ଜନାର୍ଦ୍ଦନ ପତି କହିଛନ୍ତି ବିଜେଡି ଏହି ବନ୍ଦ ଡାକରାକୁ ନୈତିକ ସମର୍ଥନ ଦେବ । ସେପଟେ କଂଗ୍ରେସ ଏହାକୁ ପୂର୍ଣ୍ଣ ସମର୍ଥନ ଦେବାକୁ ଘୋଷଣା କରିଛି।

ତେବେ ୮ତାରିଖ ବନ୍ଦ ଡକାରକୁ ନେଇ ଦ୍ବନ୍ଦରେ ପଡିଛନ୍ତି ଜେଇଇ ମେନ ପରୀକ୍ଷାର୍ଥୀ । ଆଜି ଠାରୁ ୯ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବାକୁ ଥିବାରୁ ବନ୍ଦ ଡାକରା ହେଲେ ପାରୀକ୍ଷାର୍ଥୀ ମାନେ ଅସୁବିଧା ଭୋଗିବେ ।  ଯାହାକୁ ନେଇ ପାରକ୍ଷାର୍ଥୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।  

ଟ୍ରେଡ଼୍‌ ୟୁନିଅନ୍‌ ବନ୍ଦ ଡାକରାରେ ସରକାରୀ କର୍ମଚାରୀ, ବ୍ୟାଙ୍କ , ରେଳ ଓ ଇସ୍ପାତ୍‌ କର୍ମଚାରୀ, ଶିକ୍ଷକ ଓ ବିଭିନ୍ନ ସେକ୍ଟରରେ କାମ କରୁଥିବା ଲକ୍ଷାଧିକ କର୍ମଚାରୀ ଓ କୋଟିକୋଟି ଲୋକେ ସାମିଲ ହେବେ । ଫଳରେ ଏହି ସବୁ କ୍ଷେତ୍ର ସହ ସାରା ଦେଶ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି ।

.

   Related Posts