ଉଦ୍‌ଘାଟିତ ହେଲା ତୃତୀୟ ସର୍ବଭାରତୀୟ ପୁଲିସ ଜୁଡୋ କ୍ଲଷ୍ଟର, ୧୯ ପର୍ଯ୍ୟନ୍ତ ଚାଲିବ

Published By : Prameya-News7 Bureau | November 15, 2018 IST

କଟକ ୧୫|୧୧: କଟକରେ ଉଦ୍‌ଘାଟିତ ହୋଇଛି ତୃତୀୟ ସର୍ବଭାରତୀୟ ପୁଲିସ ଜୁଡୋ କ୍ଲଷ୍ଟର । କ୍ରୀଡାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଯୋଗ ଦେଇ ଏହି ଜାତୀୟସ୍ତରୀୟ ପୁଲିସ ଜୁଡୋ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଛନ୍ତି ।ଏହି ଉଦ୍‌ଘାଟନୀ ଉତ୍ସବରେ ୩୩ଟି ରାଜ୍ୟର ଖେଳାଳି ପରେଡ୍‌ ପ୍ରଦର୍ଶନ କରିଥିଲେ ।ତେବେ ଏଭଳି ଖେଳ ଆୟୋଜନ ଦ୍ବାରା ଓଡିଶା ସ୍ପୋର୍ଟସ୍ ହବ୍‌ ମାନ୍ୟତାରେ ଆଉ ଏକ ପାଦ ଆଗେଇଛି ବୋଲି ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା କହିଛନ୍ତି । ତେବେ ଭାଗ ନେଇଥିବା ଖେଳାଳିମାନେ ଭଲ ପ୍ରଦର୍ଶନକୁ ନେଇ ବେଶ ଆଶାବାଦୀ ଅଛନ୍ତି । ୩୩ଟି ଦଳରୁ ୧୨ ଶହ ପ୍ରତିଯୋଗୀ ଜିମ୍ନାଷ୍ଟିକ୍, ଜୁଡୋ, ତାଇକୋଣ୍ଡୋ ଓ ଉଷୁ ବିଭାଗରେ ଭାଗ ନେଇଛନ୍ତି ।ତେବେ ଓଡିଶାରେ ସର୍ବଭାରତୀୟ ପୁଲିସ ଜୁଡୋ କ୍ଲଷ୍ଟର ଆୟୋଜନ ହେବା ଫଳରେ ସ୍ପୋର୍ଟସ୍ ହବ୍ କ୍ଷେତ୍ରରେ ଓଡିଶା ଆଉ ଏକ ପାଦ ଆଗେଇ ପାରିଛି ବୋଲି ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା କହିଛନ୍ତି ।ତେବେ ଆମ ରାଜ୍ୟ ପୁଲିସରେ ଏସବୁ ଖେଳ ପାଇଁ ବିଶେଷ ଭିତ୍ତିଭୂମି ନାହିଁ, କିନ୍ତୁ ଏହି ପ୍ରତିଯୋଗିତା ପରେ ଆମ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ବାଟାଲିୟନ୍ ପରିସରରେ ଏଭଳି ଖେଳାଳି ସୃଷ୍ଟି କରିବା ପାଇଁ ରାଜ୍ୟ ପୁଲିସ ଯୋଜନା କରିଥିବା ପୁଲିସ ଡିଜି କହିଛନ୍ତି । ସଚିନ୍ ତେନ୍ଦୁଲକର ଇଣ୍ଡୋର୍ ହଲ୍ ଓ ଜବାହର ଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ପ୍ରତିଯୋଗୀମାନେ ନିଜର ଖେଳ ପ୍ରଦର୍ଶନ କରିବ । ବିଭିନ୍ନ ରାଜ୍ୟର ପୁଲିସ ବାହିନୀରୁ ଖେଳାଳିମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି । ତା ସହ ସିଆଇଏସ୍‌ଏଫ୍, ସିଆର୍‌ପିଏଫ୍, ଆର୍‌ପିଏଫ୍ ଓ ସ୍ବତନ୍ତ୍ର ସୁରକ୍ଷା ବଳୟ ବା ଏସ୍‌ଏସ୍‌ବି ବାଟାଲିୟନ୍‌ରୁ ମଧ୍ୟ ପ୍ରତିଯୋଗୀମାନେ ମଧ୍ୟ ଅଂଶଗ୍ରହଣ କରିଛନ୍ତି ।ତେବେ ଏହି ଜୁଡୋ କ୍ଲଷ୍ଟରରେ ମେଡାଲ୍ ମାରିବା ସହ ଭଲ ପ୍ରଦର୍ଶନ ନେଇ ବେଶ ଆଶାବାଦୀ ଅଛନ୍ତି ଖେଳାଳି । ଆସନ୍ତା ୧୯ ତାରିଖରେ ଏହି ତୃତୀୟ ସର୍ବଭାରତୀୟ ପୁଲିସ ଜୁଡୋ କ୍ଲଷ୍ଟର ଉଦ୍‌ଯାପିତ ହେବ । ଉଦ୍‌ଯାପନୀ ଉତ୍ସବରେ କେନ୍ଦ୍ରୀୟ ଗୁଇନ୍ଦା ବିଭାଗର ସ୍ବତନ୍ତ୍ର ନିର୍ଦ୍ଦେଶକ ଅରବିନ୍ଦ କୁମାର ମୁଖ୍ୟ ଅତିଥି ଭାବେ ଅଂଶଗ୍ରହଣ କରି ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବାର କାର୍ଯ୍ୟକ୍ରମ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.