Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ୩ ବର୍ଷରେ ପୂରା ହେବ ରାମ ମନ୍ଦିର ନିର୍ମାଣ
  • ||
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||

ସିଡ୍‌ନୀ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଭଲ ଖବର, ସମସ୍ତଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍

4/01/2021 at 9:42 AM

ସିଡ୍‌ନୀ ୦୪।୦୧ : ସିଡନୀ ଟେଷ୍ଟ ପୂର୍ବରୁ ଟିମ୍‌ ଇଣ୍ଡିଆ ପାଇଁ ଭଲ ଖବର । ଟିମ୍‌ର ସମସ୍ତ ଖେଳାଳି ଓ ସପର୍ଟ ଷ୍ଟାପ୍‌ଙ୍କ କୋଭିଡ଼-୧୯ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି । ଟେଷ୍ଟ ସିରିଜ୍‌ରେ ଉଭୟ ଟିମ୍‌ ୧-୧ରେ ରହିଛନ୍ତି । ତୃତୀୟ ଟେଷ୍ଟ ପାଇଁ ଆଜି ଭାରତୀୟ ଟିମ୍‌  ପାଇଁ ଆଜି ଟିମ୍‌ ସିଡନୀ ଗସ୍ତ କରିବ ।

ଖବର ଅନୁଯାୟୀ, ପାଞ୍ଚ ଜଣ ଭାରତୀୟ ଖେଳିଳାଙ୍କୁ ଆଇସୋଲେଟ୍‌ କରାଯାଇଥିଲା । ଏହି ଖେଳିଳିମାନଙ୍କ ମଧ୍ୟରେ ରୋହିତ ଶର୍ମା, ଶୁଭମନ ଗିଲ୍‌, ନବଦୀପ ସାଇନି, ରିଷଭ୍‌ ପନ୍ଥ, ପୃଥୀ ସ ସାମିଲ ଥିଲେ । ଅଷ୍ଟ୍ରେଲିଆ ମିଡିଆ ରିପୋର୍ଟ ମୁତାବିକ, ସମସ୍ତ ଖେଳାଳି ମେଲବର୍ଣ୍ଣରେ ନୂଆ ବର୍ଷ ପାଳନ କରିବା ଏକ ରେଷ୍ଟୁରାଣ୍ଟକୁ ଯାଇଥିଲେ , ଏବଂ ସେଠାରେ ଖାଦ୍ୟ ମଧ୍ୟ ଖାଇଥିଲେ । ଏହାପରେ ବିସିସିଆଇ ଓ ଟିମ୍‌ ମ୍ୟାନଜେମେଣ୍ଟ ପକ୍ଷରୁ ଏକ ବୟାନ ଜାରି କରାଯାଇଥିଲା । ଏହି ବୟାନରେ ଥିଲା ଯେ, ଅଷ୍ଟ୍ରେଲିଆ ମିଡିଆରେ ଯେଉଁ ସବୁ କଥା ଚର୍ଚ୍ଚ ହେଉଛି ତାହା ମିଥ୍ୟା । କୌଣସି ଭାରତୀୟ ଖେଳାଳି କୋଭିଡ଼ ପ୍ରୋଟାକୋଲ୍‌କୁ ଉଲ୍ଲଂଘନ କରିନାହାନ୍ତି ।

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ସିରିଜର ତୃତୀୟ ଟେଷ୍ଟ ଆସନ୍ତା ୭ତାରିଖରୁ ଖେଳାଯିବ । ସିଡ୍‌ନୀ ଗ୍ରାଉଣ୍ଡରେ ଜାନୁଆରୀ ୭ରୁ ତୃତୀୟ ଟେଷ୍ଟ ଆରମ୍ଭ ହେବାକୁ ଯାଉଛି । ସେଥିପାଇଁ ଟିମ୍‌ ଇଣ୍ଡିଆ ଆଜି ସିଡ୍‌ନୀ ଅଭିମୁଖେ ବାହାରିବ । ଏହାପୂର୍ବରୁ ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାପଙ୍କର କୋଭିଡ଼-୧୯ ଟେଷ୍ଟ କରାଯାଇଥିଲା । କିନ୍ତୁ ସମସ୍ତଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଛି ।  ଏବେ ଏହି ମାମଲା ଥମିବା ବୋଲି ଆଶା କରାଯାଉଛି । ଅନ୍ୟପଟେ ଅଷ୍ଟ୍ରେଲିଆ ଟିମ୍‌ର ସମସ୍ତ ସଦସ୍ୟ ଓ ସପୋର୍ଟ ଷ୍ଟାପଙ୍କ କୋଭିଡ଼ ଟେଷ୍ଟ ରିପୋର୍ଟ ମଧ୍ୟ ନେଗେଟିଭ୍‌ ଆସିଛି ।

   Related Posts