ଅଯୋଧ୍ୟା ରାୟ ବିରୋଧରେ ରି-ପିଟିସନ ନେଇ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡର ଘନ ଘନ ବୈଠକ

Published By : Prameya-News7 Bureau | November 17, 2019 IST

ଉତ୍ତରପ୍ରଦେଶ ୧୭।୧୧:ଅଯୋଧ୍ୟା ରାୟ ବିରୋଧରେ ରି- ପିଟିସନ ଦାଖଲ କରିବାକୁ ମୁସଲିମ ପକ୍ଷର ନିଷ୍ପତ୍ତି ପରେ ଆରମ୍ଭ ହୋଇ ପ୍ରକ୍ରିୟା । ଲକ୍ଷୌ ସ୍ଥିତ ଇସଲାମିକ ସେଣ୍ଟରରେ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡର ଘନ ଘନ ବୈଠକ ଚାଲିଛି । ମୁସଲମାନଙ୍କୁ ବାବ୍ରି ମସଜିଦ ପରିବର୍ତ୍ତେ ଜମି ନେବା ଉଚିତ୍ ନୁହଁ ବୋଲି ଏହି  ବୈଠକ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ମୁସଲିମ ପକ୍ଷ ଓକିଲ ଜଫରୟାବ ଜିଲାନୀ, AIMIM ଅଧ୍ୟକ୍ଷ ଆଶାଉଦ୍ଦିନ ୱବେଶୀ ମଧ୍ୟ ଯୋଗ ଦେଇଛନ୍ତି । କିନ୍ତୁ ଇକବାଲ ଅନସାରୀ ଓ ସୁନ୍ନି ୱାକଫ ବୋର୍ଡ ଏହି ବୈଠକରେ ସାମିଲ ହୋଇନାହିଁ ।

{"id":185471,"sizeSlug":"large"}

ରାମଜନ୍ମଭୂମି-ବାବରୀ ମସଜିଦ ମାମଲାରେ ଗତ ୯ ତାରିଖରେ ରାମଲାଲା ସପକ୍ଷରେ ରାୟ ଦେଇ ବିବାଦୀୟ ଜମି ଉପରେ ରାମ ମନ୍ଦିର ନିର୍ମାଣ କରିବା ଓ ମୁସଲିମଙ୍କୁ ମସଜିଦ୍ ନିର୍ମାଣ ଲାଗି ଅଯୋଧ୍ୟାରେ ଅନ୍ୟତ୍ର ୫ ଏକର ଜମି ଯୋଗାଇ ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହି ରାୟ ବିରୋଧରେ ଅନେକ ମୁସଲିମ ସଂଗଠନ  ମାମଲାରେ ପୁନର୍ବିଚାର ପାଇଁ ଆବେଦନ କରିବାକୁ ସମର୍ଥନ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.