ଖୁବ୍‌ଶୀଘ୍ର ଓଡ଼ିଶାରେ ହେବ ମହିଳା ଅଧିକାର ପଦଯାତ୍ରା

Published By : Prameya-News7 Bureau | January 10, 2019 IST

ଭୁବନେଶ୍ବର ୧୦|୧:  ଖୁବଶୀଘ୍ର ଓଡ଼ିଶାରେ ଆରମ୍ଭ ହେବ ମହିଳା ଅଧିକାର ପଦଯାତ୍ରା । ଏଥିପାଇଁ ଭୁବନେଶ୍ବରରେ ପହଞ୍ଚିଛନ୍ତି ଅଲ୍ ଇଣ୍ଡିଆ ମହିଳା କଂଗ୍ରେସ ସଭାନେତ୍ରୀ ସୁସ୍ମିତା ଦେବ । ମହିଳା ସୁରକ୍ଷାକୁ ପ୍ରସଙ୍ଗ କରିବ ମହିଳା କଂଗ୍ରେସ । ଗାଁ ଗାଁ ବୁଲି ସେ ମହିଳାଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବେ । ତେବେ ଆସନ୍ତା ନିର୍ବାଚନରେ ଯେଉଁ ମହିଳାମାନେ ବୁଥ ସ୍ତରରେ କାମ କରିଛନ୍ତି ସେମାନଙ୍କୁ ସାଧାରଣ ନିର୍ବାଚନ ପାଇଁ ଟିକେଟ୍ ଦିଆଯିବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ସୁସ୍ମିତା ଦେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.