Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦିଲ୍ଲୀରେ ବିଜେପିର ଦୁଇଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ

8/09/2018 at 8:31 PM

ଦିଲ୍ଲୀ ୦୮/୦୯ : ଦିଲ୍ଲୀରେ ବିଜେପିର ଦୁଇଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି । ଦୁଇଦିନିଆ ବୈଠକରେ ଆଗାମୀ ୨୦୧୯ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହେବ । ସବୁ ରାଜ୍ୟର ସଭାପତି ସେମାନଙ୍କ ରାଜ୍ୟର ରିପୋର୍ଟ କାର୍ଡ ପ୍ରସ୍ତୁତ କରି ସେପ୍ଟମ୍ବର ୩୦ ସୁଦ୍ଧା ଦେବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ତୈଳଦର ବୃଦ୍ଧି ନେଇ ଯେପରି ବିରୋଧୀମାନେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି, ତାକୁ କାଉଣ୍ଟର କରିବାକୁ ମଧ୍ୟ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେବାର କାର୍ଯ୍ୟକ୍ରମ ରହିଛି । ଏହା ସହ ଆସନ୍ତା ସାଧାରଣ ନିର୍ବାଚନରେ ଓଡିଶା ଓ ପଶ୍ଚିମବଙ୍ଗ ଉପରେ ଫୋକସ କରିବ । ଏହି ଦୁଇ ରାଜ୍ୟରେ ସରକାର ଗଠନ ନେଇ କାର୍ଯ୍ୟକାରିଣୀରେ ଚର୍ଚ୍ଚା ହୋଇଛି ବୋଲି ରାଷ୍ଟ୍ରିୟ ସଚିବ ସୁରେଶ ପୂଜାରି ସୂଚନା ଦେଇଛନ୍ତି ।

   Related Posts