୨୦୫୦ ସୁଦ୍ଧା ବିଶ୍ୱର ସବୁ ମଣିଷ ହେବେ ସୁପର୍ ଇନ୍ଟେଲିଜେଂଟ

Published By : Prameya-News7 Bureau | December 22, 2018 IST

ଭୁବନେଶ୍ୱର ୨୨/୧୨ : ୨୦୫୦ ସୁଦ୍ଧା ବିଶ୍ୱର ସବୁ ମଣିଷ ହେବେ ସୁପର୍ ଇନ୍ଟେଲିଜେଂଟ (ଅତ୍ୟଧିକ ବିଚକ୍ଷଣ) । ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ ଏବଂ କମ୍ପ୍ୟୁଟର୍ ଇନ୍ଟେଲିଜେନ୍ସ ବ୍ୟବହାର କରି ମଣିଷ ସୁପର ଇନ୍ଟେଲିଜେଂଟ ହୋଇପାରିବ ବୋଲି କହିଛନ୍ତି ଆଇଆଇଟି, ହାଇଦ୍ରାବାଦର ନିର୍ଦ୍ଦେଶକ ପ୍ରଫେସର ଉଦୟ. ବି. ଦେଶାଇ ।


କିଛି ବର୍ଷ ମଧ୍ୟରେ ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସର ଚାହିଦା ବଢ଼ୁଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପକ୍ଷରୁ ଆୟୋଜିତ ତୃତୀୟ ଆନ୍ତର୍ଜାତୀୟ ଆଡ୍ଭାନ୍ସଡ କମ୍ପ୍ୟୁଟିଙ୍ଗ୍ ଏବଂ ଇନ୍ଟେଲିଜେଂଟ ଇଞ୍ଜିନିୟରିଂ – ୨୦୧୮ ସମ୍ମିଳନୀର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ଦେଶାଇ ମତ ବ୍ୟକ୍ତ କରିଛନ୍ତି ।
ସୋଆର ସାଇବର୍ ସିକ୍ୟୁରିଟି ରିସର୍ଚ୍ଚ ସେଂଟର ଏବଂ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଆଇସିଏସିଆଇଇ-୨୦୧୮ ସମ୍ମିଳନୀ ତିନିଦିନ ଧରି ଅନୁଷ୍ଠିତ ହେଉଥିବା ବେଳେ ଏହି ସମ୍ମିଳନୀରେ ୧୦ ଜଣ ବିଶେଷଜ୍ଞ ତାଙ୍କର କି ନୋଟ୍ ଆଡ୍ରେସ୍ ରଖିବାର କାର୍ଯ୍ୟକ୍ରମ ରହିଛି ।


ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ମେଲ୍ବୋର୍ଣ୍ଣ ବିଶ୍ୱବିଦ୍ୟାଳୟର କ୍ଲାଉଡ୍ କମ୍ପ୍ୟୁଟିଙ୍ଗ୍ବି ଭାଗର ନିର୍ଦ୍ଦେଶକ ପ୍ରଫେସର ରାଜକୁମାର ବୁୟା କହିଥିଲେ ଯେ ପୃଥିବୀରେ ଅନେକ ସମସ୍ୟା ରହିଛି ଏବଂ ଏହାର ଅତ୍ୟାଧୁନିକ ସମାଧାନର ଆବଶ୍ୟକତା ରହିଛି । ଏହି ସମାଧାନଗୁଡ଼ିକ ଅଭିନବ ଏବଂ ବ୍ୟୟସାପେକ୍ଷ ହେବାର ଆବଶ୍ୟକତା ରହିଛି । ବଢ଼ୁଥିବା ସାଇବର୍ ଅପରାଧ ଉପରେ ମତ ରଖିବା ସହ ସାଇବର ସୁରକ୍ଷାକୁ ଗୁରୁତ୍ୱ ଦେଇ ସେ କହିଥିଲେ ଯେ ଏଥିପାଇଁ ଅଧିକ ଗବେଷଣାର ଆବଶ୍ୟକତା ରହିଛି ।

{"id":66269}


ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପଦ୍ମଜା ମିଶ୍ର କହିଥିଲେ ଡିଜିଟାଇଜେସନ୍ ଯୋଗୁଁ ଆମ ଜୀବନର ଶୈଳୀ ବଦଳିଗଲାଣି । ସକାଳୁ ରାତି ପର୍ଯ୍ୟନ୍ତ ଆମକୁ ଡିଜିଟାଲ୍ର ସହାୟତା ଆବଶ୍ୟକ ହେଉଛି । ତେବେ ଏଥିପ୍ରତି ଭୟ ମଧ୍ୟ ରହିଛି । ଆମକୁ ଏଦିଗରେ ସଚେତନ ହେବାକୁ ପଡ଼ିବ । ଏହି ବିପଦକୁ କେବଳ ଗବେଷଣା ଏବଂ ଅତ୍ୟାଧୁନିକ ଜ୍ଞାନ କୋ÷ଶଳ ଦ୍ୱାରା ଦୂର କରାଯାଇପାରିବ ।


ସୋଆ ଆଡ୍ଭାଇଜାରୀ ବୋର୍ଡର ଅଧ୍ୟକ୍ଷ୍ୟ ପ୍ରଫେସର ଦାମୋଦର ଆଚାର୍ଯ୍ୟ ସୋଆ ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟ ସ୍ମାର୍ଟ ଏଗ୍ରିକଲ୍ଚର୍ ଉପରେ ଗବେଷଣା ଓ କାର୍ଯ୍ୟକ୍ରମ ନିମନ୍ତେ ତିନୋଟି ବିଦେଶୀ ବିଶ୍ୱବିଦ୍ୟାଳୟ ସହ ଚୁକ୍ତିପତ୍ର ସ୍ୱାକ୍ଷର କରିଥିବା ପ୍ରକାଶ କରିଥିଲେ ।


ଏହି କାର୍ଯ୍ୟକ୍ରମରେ ଆଇଟିଇଆର୍ ଡିନ୍ ପ୍ରଫେସର ପି.କେ. ସାହୁ ଓ ଡିନ୍ ରିସର୍ଚ୍ଚ ଆଣ୍ଡ ଡେଭଲପ୍ମେଂଟ ପ୍ରଫେସର ପି.କେ. ନନ୍ଦ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମର ଅର୍ଗାନାଇଜିଙ୍ଗ ଚେୟାର ପ୍ରଫେସର ତୃପ୍ତି ସ୍ୱର୍ଣ୍ଣକାର ଧନ୍ୟବାଦ ଅର୍ପଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.